
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଗାନ୍ଧୀଷ୍ଟାଡିୟମ୍ ଠାରେ ୧୪ ବର୍ଷରୁ କମ ବାଳକ ଓ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ମୁଖ୍ୟମନ୍ତ୍ରୀ ଟ୍ରଫି ଶୁଭ ଉଦଘାଟନ ହୋଇଯାଇଛି । ଫୁଟବଲ ଆସୋସିଏସନ ଅଫ ଓଡିଶା, କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାର, ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଓ ଡିଷ୍ଟ୍ରିକ୍ଟ ଏଥେଲେଟିକ ଆସୋସିଏସନ ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ଖେଳକୁ ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଏଡିଏମ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳୀନା ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗଦେଇ ଖେଳାଳି ଏବଂ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚରେ ମା’ ମଙ୍ଗଳା ଫୁଟବଲ ବାଳକ ଦଳ ତରଭା ଓ ନାରାୟଣପୁର ଦଳ ସୋନପୁର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମ୍ୟାଚ ବରାବର ହୋଇଥିଲା । ଦ୍ୱିତୀୟ ମ୍ୟାଚ ରାମଧୂନ କ୍ଲବ ବାଳିକା ସୋନପୁର ଫୁଟବଲ ଦଳ ଓ ରାମଧୂନ କ୍ଲବ୍ ବାଳିକା ସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାମଧୂନ କ୍ଲବ୍ ସୋନପୁର ବାଳିକା ଦଳ ୨-୦ ଗୋଲରେ ବିଜୟୀ ହୋଇଥଲା । ସାବିତ୍ରୀ ନାୟକ ଓ ଲିଜା ମୁଣ୍ଡା ଉଭୟେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ସଞ୍ଜୀବ ସାହୁ, ସୁମିତ୍ ମହାଲିଂ, ଶ୍ରବଣ ବିଶ୍ଵାଳ, ଅନିତା ମହାକୁଡ, ପ୍ରଶାନ୍ତ ସେଠୀ, ବଦ୍ରୀ ପ୍ରସାଦ ହୋତା, ଓ ରାଜେଶ ଥନାପତି ଖେଳ ପରିଚାଳନା କରିଥିଲେ । ମ୍ୟାଚ କମିଶନର ଭାବେ ଜିତେନ୍ଦ୍ର ଥନାପତି ଓ ସିଲେକ୍ଟର ଭାବେ ଭୁକୁଲୁ ବକ୍ସି ଦାୟିତ୍ୱ ଗ୍ରହଣ କରିଥିଲେ । କ୍ରୀଡ଼ା ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାକୁ ଖେଳ ଶିକ୍ଷକ ସଞ୍ଜୟ କୁମାର ସାହୁ ପରିଚାଳନା କରିଥିବା ବେଳେ କ୍ରୀଡ଼ା ସଂଘ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଅନେକ ପୂର୍ବତନ ଫୁଟବଲ ଖେଳାଳୀ, କ୍ରୀଡ଼ା ସଂଘ ସଦସ୍ୟ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ରାମଧୂନ୍ କ୍ଲବର ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।