mahavir

ପ୍ରସିଦ୍ଧ ନୃସିଂହନାଥ ବୈଶାଖ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପ୍ରସିଦ୍ଧ ବୈଶାଖ ମେଳାର ଦ୍ୱିତୀୟ ଦିନ ସୋମବାର ରାତ୍ର ୯ଟାରେ ସାଂସ୍କୃତିକ କର୍ଯ୍ୟକ୍ରମର ଶୁଭ ଆରମ୍ଭ ହୋଇଯାଇଛି । ମାର୍ଜାରକେଶରୀ ମଣ୍ତପରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବରଗଡ ସାଂସଦ ପ୍ରଦୀପ ପୁରୋହିତ, ବରେଣ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ବରଗଡ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଏଡିଏମ୍‌ ସରୋଜିନ ପ୍ରଶନ୍ନ କୁଲୁ, ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇ, ସଦନ ତୀୟାରୀ ମନ୍ଦିର ଟ୍ରଷ୍ଟି ତଥା ପାଇକମାଲ ଏବିଡିଓ ଦେବାଶିଷ ସିହ୍ନା ସଭାପତିତ୍ୱ କରିଥିଲେ । ବୈଶାଖ ମେଳା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ନାଟ୍ୟକାର ଅଧ୍ୟାପକ କେଶରଞ୍ଜନ ପ୍ରଧାନ, ଅଧ୍ୟାପକ ଐତିହାସିକ ଭକ୍ତ ପୁରନ ସାହୁ ଓ ସ୍ୱର୍ଗତ ନାରାୟଣ ପୃଷେଠଙ୍କୁ ମରଣୋତ୍ତର ସମ୍ମାନରେ ସୁଜିତ ପୃଷେଠଙ୍କୁ ସମ୍ମାନିତ କରାଯାଇଥିଲା । ମେଳା କମିଟିର ସଦସ୍ୟ ସୁଶାନ୍ତ ମିଶ୍ର ଉଦଘାଟନୀ ସଭାକୁ ପରିଚାଳନା କରିଥିଲେ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ନରସିଂହ ଅବତାର ଉପାୟ ସାଂସ୍କୃତିକ ଅନୁଷ୍ଠାନ ମାଣ୍ତୋସିଲ, ଓଡିଶୀନୃତ୍ୟ ନଟରାଜ ଡ୍ୟାନ୍ସ ଏକାଡେମୀ କଟକ, ମାଲଖମ୍ବା ଦିପଲ୍ଲଭି ମୟୁରଭଞ୍ଜ, ପଣ୍ତୱାନି ଗରିଆବନ୍ଧ ଛତିଶଗଡ଼, ଲୋକ ନାଟକ ମୁଷିକଦୈତ୍ୟ ଦରବାର ପରିବେଷଣ ଦେଖି ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ଦର୍ଶକ । ଗତ ବର୍ଷ ବୈଶାଖ ମେଳା ପାଇଁ ସରକାର ଘୋଷଣା କରିଥିବା ୧୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଆଜି ପୂବାହ୍ନରେ ଯଜ୍ଞ ମଣ୍ତପରେ ୧୩ଜଣ ଦକ୍ଷ ପଣ୍ତିତଙ୍କୁ ନେଇ ବିଶ୍ଵଶାନ୍ତି ମହାଯଜ୍ଞ ପୀଠରେ ଚାଲିଛି । ପୂଜାପାଠ ସହ ହୋମଯଜ୍ଞରେ ପଣ୍ଡିତମାନେ ୩୩୧୦୦ ନୃସିଂହବୀଜ ମନ୍ତ୍ର ଜପ ସହ ୨ଦିନ ଧରି ମୋଟ ୬୭୭୦୦ ନୃସିଂହବୀଜ ମନ୍ତ୍ର ଜପ କରିଛନ୍ତି । ଏଥିସହ ମଣ୍ଡପରେ ବ୍ରଜ୍ଝହ୍ମଣ ପୂଜନ, ସୂର୍ଯ୍ୟ ପୂଜା, ତୋରଣ ପୂଜା, ବାସ୍ତୁ ପୂଜା ପ୍ରଭୃତି ହୋଇ ଥିବାବେଳେ ୩୬୦୦, ଆହୁତି ପ୍ରଦାନ କରାଯାଇଛି ବୋଲି ପଣ୍ଡିତ ଡିଗ୍ରୀଧର ଦେବତା ଜଣାଇଛନ୍ତି ।

Leave A Reply

Your email address will not be published.