ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସ ହଷ୍ଟେଲ ପ୍ରିମିଅର୍‌ ଲିଗ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସର ଚାରିଦିନ ବ୍ୟାପୀ ଚାଲିଥିବା ହଷ୍ଟେଲ ପ୍ରିମିଅର ଲିଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନି ସମାରୋହରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକ ନିମନ୍ତ୍ରଣ ଅତିଥି ଭାବରେ ଯୋଗଦେଇ ବିଜୟ ହୋଇଥିବା ଟିମ୍‌ ୱେଷ୍ଟର୍ଣ୍ଣ ଭଲେଭେନ କ୍ୟାପଟେନ୍‌କୁ ଟ୍ରଫି ପ୍ରଦାନ କରିଥିଲେ । ଛାତ୍ରାବାସ ଅଧ୍ୟକ୍ଷକ ଡ.ବିରଞ୍ଚି ସାହୁ ରନରସ ଅଫଟିମ୍‌ କ୍ୟାପଟେନ୍‌ ସ୍ୱାଗତ କୁମାର ନାୟକଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ସମାରୋହରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସଦାନନ୍ଦ ଭୋଇ, ଇଂରାଜୀ ବିଭାଗ ଅଧ୍ୟକ୍ଷକ ସମୀର ନାଗ ଯୋଗଦାନ କରି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲରେ ମ୍ୟାନ ଅଫଦି ମେଚ୍‌ ସୁଜିତ ବାରିକ, ବେଷ୍ଟ ବୋଲର ଆଶିଷ ସାହୁ, ଇମରଜେଣ୍ଟ ପ୍ଲେଆର ସୁରଜ ପ୍ରଧାନ, ବେଷ୍ଟ ଉଇକେଟ କିପର ମଦନ ମୋହନ ସୁନାଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସଂଗଠନ ପ୍ରବୀଣ କୁମାର ପଣ୍ଡା, ଅଭିଷେକ କୁମାର ନାଗ, ତନ୍ମୟ ଶିଖା, ପ୍ରିତିଷ ବାଗ, ରଞ୍ଜନ ବାରିକ, ବିପ୍ଳବ ନାୟକ, ମାନସ ସେଠ, ମନୋଜ ସାହୁଙ୍କ ସମେତ ଛାତ୍ରାବାସ ରକ୍ଷକ ବ୍ୟାସଦେବ ବଢେଇ ସହଯୋଗ କରି ସଂପାଦନ କରିଥିଲେ ।

Leave A Reply

Your email address will not be published.