ଅଦିନିଆ ଲଘୁଚାପଜନିତ ବର୍ଷା ହେଲା ଚାଷୀଙ୍କ ପାଇଁ କାଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଅଞ୍ଚଳର କେତେକ ଖାଲୁଆ ଜମି କେନାଲ ପାଣିରେ ଉବୁଟୁବୁ ହେଉଥିବା ବେଳେ ଏଣେ ଅଦିନିଆ ଲଘୁଚାପଜନିତ ବର୍ଷା ଓ ହାଲକା ପବନରେ ହେକ୍ଟର ହେକ୍ଟର ପାଚିଲା ଧାନ ପାଣିରେ ପଡି ଗଜା ହେବାର ଆଶଙ୍କା ସୃଷ୍ଟି କରିଛି । ବହୁ ଆଗରୁ କେନାଲରେ ପାଣି ନ ଛଡିବାକୁ ଜଳସେଚନ ବିଭାଗର ଯନ୍ତ୍ରୀକୁ ସାମାଜିକ କର୍ମୀ ନିର୍ମଳ ପରିଡାଙ୍କ ସହ ଡେଲାଙ୍ଗ-କୋଠାବାଡର ବହୁ ଚାଷୀ ଅନୁରୋଧ କରିଥିଲେ ମଧ୍ୟ ପାଣି ବନ୍ଦ କରଯାଇନଥିଲା । ଯାହାଫଳରେ ପାଚିଲା ଧାନ ପାଣିରେ ଶୋଇ ପଡିବା ହେତୁ ଚାଷୀ କ୍ଷତି ଗ୍ରସ୍ତ ହୋଇଛନ୍ତି । ଜଳସେଚନ ବିଭାଗୀୟ ଅଧିକାରୀ ତୁରନ୍ତ କେନାଲରେ ପାଣି ଛାଡିବା ବନ୍ଦ କରନ୍ତୁ ଓ ସ୍ଥାନୀୟ କୃଷି ବିଭାଗ କତ୍ତୃପକ୍ଷ ଖେତକୁ ଯାଇ ତଦାରଖ କରିବାକୁ ଚାଷୀଙ୍କ ପକ୍ଷରୁ ନିର୍ମଳ ପରିଡା ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.