
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଘଣ୍ଟବାହାଲ ଖେଳ ପଡିଆରେ ତୃତୀୟ ବର୍ଷ ମୁରିବାହାଲ ପ୍ରେମିୟର ଲିଗ ଫ୍ଲଡ ଲାଇଟ୍ କ୍ରିକେଟ ପ୍ରତିଯୋଗିତା ବୁଧବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ମୁଖ୍ୟଅତିଥି ଭାବେ ଯୋଗଦେଇ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର, ତହସିଲଦାର ଜଗଦୀଶ କର୍ତ୍ତାମୀ, ମୁରିବାହାଲ ଗ୍ରାପ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ବ୍ଲକ ସରପଂଚ ସଂଘ ସଭାପତି ତଥା ଚଳିତ ବର୍ଷର ପ୍ରତିଯୋଗିତା କମିଟିର ସଭାପତି ବିଶ୍ଵବିହାରୀ ଯୋଶୀ ଓ କମିଟିର ଉପଦେଷ୍ଟା ତରୁଣ ପୋଢ଼ ଯୋଗଦେଇଥିଲେ । ବିଧାୟକ ଶ୍ରୀ ବାଗ ପ୍ରତିଯୋଗିତାକୁ ଶୁଭାରମ୍ଭ କରି ଖେଳାଳୀ ମାନଙ୍କୁ ନିଜର ବକ୍ତବ୍ୟ ଦେଇ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ଫ୍ରାଞ୍ଚାଇଜ୍ କ୍ରିକେଟ ଦଳ ଅଂଶଗ୍ରହଣ କରୁଛନ୍ତି । ଆୟୋଜକ ଜୟ ମୁରିବାହାଲ କ୍ରିକେଟ ଆସୋସିଏସନ୍ କମିଟିର ସଂପାଦକ ପିଣ୍ଟୁ ଛୁରା, କୋଷାଧ୍ୟକ୍ଷ ସୁଧାଂଶୁ ପୋଢ଼ ଯାଦବ, ସଦସ୍ୟ ସୁମନ୍ତ ମହାଲିଙ୍ଗ, ଅର୍ଜୁନ ଛୁରା, ରାଜ ନାଗ, ହେମସାଗର ଥାଟି, ମକର ଛୁରା, ରାଜେଶ ଛୁରା, ମନୋହର ଥାଟି, ଗିରିଧାରି ଛତ୍ରିଆ, ସୁଶାନ୍ତ ବେହେରା, ପଦ୍ମଲୋଚନ ସାହୁ, କୃଷ୍ଣଲାଲ ଭୋଇଙ୍କ ସହ ସମସ୍ତ ଖେଳାଳୀ ସହଯୋଗ କରୁଛନ୍ତି । ଏହା ପୂର୍ବରୁ ବିଧାୟକ ଲକ୍ଷ୍ମଣ ବାଗ ମୁରିବାହାଲ କଲ୍ୟାଣ ମଣ୍ଡପଠାରେ ନବନିର୍ମିତ ଏକ ଅମୃତ ଧାରା ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ । ଏଥିରେ ବିଡ଼ିଓ ବାସନ୍ତୀ ସେଠୀ, ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ପିଇଓ ପ୍ରକାଶ କୁମାର ପନିକା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ଓ ଖଗେଶ୍ୱର ସାହୁ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।