କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମୁସ୍କାନ ଇଂଟର ନ୍ୟାସ୍ନାଲ ସ୍କୁଲରେ ଓଡିଶାର ପ୍ରଥମ ରୁରାଲ ସ୍ପେସ୍ ଲ୍ୟାବ୍ ଶନିବାର ଦିନ ଉଦ୍ଘାଟିତ ହୋଇଯାଇଛି । ଏହାକୁ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାର ସିଂଦେଓ(ମୁଖ୍ୟ ଅତିଥି), ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବୈଜ୍ଞାନିକ ଟି.ଏନ.ସୁରେଶ କୁମାର (କର୍ଣ୍ଣାଟକ) ରାଜେନ୍ଦ୍ର ପ୍ରସାଦ ଢୋଲକିଆ(ମନ୍ତ୍ରୀ ଯୋଜନା ଓ ସମନ୍ୱୟ, ଓଡିଶା ସରକାର) ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ଅୟୁବ ଖାନ, କଂଟାବାଂଜି ଏନ୍.ଏ.ସି. ନଗରପାଳ ବରିୟାମ ସିଂ ସାଲୁଜା, ବେଲପଡା ପଂଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ଭୋମିକା ଫାଉଣ୍ଡର ବୈଜ୍ଞାନିକ ଗୋବିନ୍ଦ ୟାଦବ ମଂଚାସୀନ ଥିଲେ । ସଭା ପ୍ରାରମ୍ଭରେ ସ୍କୁଲର ପ୍ରିନ୍ସିପାଲ ମନସି ଜର୍ଜ ସଭାକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପ୍ରତିଷ୍ଠାତା ବ୍ରଜେଶ ମିତଲ ବିଦ୍ୟାଳୟ ପ୍ରତିଷ୍ଠାର ମହତ୍ୱ ଉପରେ ନିଜର ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । ଏହି ଲ୍ୟାବ ଓଡିଶାର ସର୍ବ ପ୍ରଥମ ଲ୍ୟାବ । ଏହା ଦ୍ୱାରା ଜିଲ୍ଲାର ଅନେକ ଶିଶୁ ବୈଜ୍ଞାନିକ ରୋକେଟସ, ସେଟେଲାଇଟ, ଡ୍ରୋନ, ରୋବର୍ଟ, ଏରୋପ୍ଲେନ ଏବଂ ଆଷ୍ଟ୍ରୋନୋମି ଉପରେ ଶିକ୍ଷାଦାନ ପାଇ ପାରିବେ । କଂଟାବାଂଜି ଭଳି ଅନୁନ୍ନତ ଅଂଚଳରେ ବିଦ୍ୟାଳୟର ପ୍ରତିଷ୍ଠାତା ମିତଲ ଭୋମିକା ସ୍ପେସ୍ ଏକାଡେମିର ମିଳିତ ଉଦ୍ୟମରେ ପ୍ରତିଷ୍ଠା କରିଥିବାରୁ ଅତିଥିମାନେ ଦୃଢ ପ୍ରଶଂସା କରିଥିଲେ । ବୈଜ୍ଞାନିକ ଡକ୍ଟର ଅବଦୁଲ କଲାମ ତଥା ଅନ୍ୟାନ୍ୟ ବୈଜ୍ଞାନିକ ମଧ୍ୟ ଶିକ୍ଷାଦାନ ବେଳେ ସ୍ପେସ୍ ଲ୍ୟାବ୍ର ସୁଯୋଗ ନ ପାଇ ପରବର୍ତ୍ତୀ ସମୟରେ ଜଣେ ଜଣେ ଶ୍ରେଷ୍ଠ ବୈଜ୍ଞାନିକ ହୋଇ ପାରିଥିବା ବରିଷ୍ଠ ବୈଜ୍ଞାନିକ ଟି.ଏନ.ସୁରେଶ କୁମାର ନିଜର ଅଭିଭାଷଣରେ କହିଥିଲେ । ପରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଚନ୍ଦ୍ରାୟାନ-୩ ସହ ଅନେକ ପ୍ରକଳ୍ପ ମାନ ମଂଚରେ ପରିବେଶଣ କରିଥିଲେ ।
Next Post