୧୫ତମ ଶେଖ୍‌ ହାଇଦର୍‌ ମେମୋରିଆଲ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଆନୁକୂଲ୍ୟରେ ୧୫ତମ ଶେଖ ହାଇଦର ମେମୋରିଆଲ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି । ଦୀର୍ଘ ଦୁଇ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫୦ଟି ଟିମ ଯୋଗ ଦେବାକୁ ଥିବା ବେଳେ ପ୍ରଥମ ଦିନରେ ୨୫ଟି ଦଳ ଯୋଗ ଦେଇଛନ୍ତି । ଏହି ଉତ୍ସବରେ ଟାଉନ କ୍ଲବ ସଭାପତି ଶିରିଷ କୁମାର ବହିଦାର ଦୀପ ପ୍ରଜ୍ଵଳନ ପୂର୍ବକ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଟାଉନ କ୍ଲବ ସମ୍ପାଦକ ପ୍ରତାପ ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ଲାଲବିହାରୀ ମିଶ୍ରଙ୍କ ସହିତ କ୍ଲବର ସମସ୍ତ ସଦସ୍ୟ ତଥା ସ୍ୱର୍ଗତଃ ଶେଖ ହାଇଦରଙ୍କର ପୁତ୍ର ଶେଖ ୱାିମ ରାଜା, ଶେଖ ଆକବରଙ୍କ ସହ ସହରର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.