ls

ଆଗଲପୁର ତହସିଲ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରିକରଣ ସକାଶେ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

a12

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରିକରଣ ସକାଶେ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟିତ କାର୍ଯ୍ୟକ୍ରମରେ ଆଗଲପୁର ତହସିଲଦାର ସୁଶ୍ରୀ ସରୋଜା ବେହେରା ଉପସ୍ଥିତ ରହି ପୂଜାର୍ଚ୍ଚନା ପରେ ଫିତା କାଟିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହ ଆଗଲପୁୁର ନାଗରିକ କମିଟି ଉପସ୍ଥିତ ଥିଲେ । ଉକ୍ତ ନୂତନ କାର୍ଯ୍ୟାଳୟ ଖୋଲିବା ଦ୍ବାରା ଲୋକଙ୍କ ମନରେ ଖୁସିର ବାତାବରଣ ଦେଖାଦେଇଛି । କାରଣ ପୂର୍ବରୁ ଏଠାରେ ଜମିଜମା ତଥା ବିବାହ ଆଦି ରେଜିଷ୍ଟ୍ରି ହୋଇପାରୁ ନଥିଲା । ଏହିସବୁ ରେଜିଷ୍ଟ୍ରି ପାଇଁ ଲୋଇସିଂହା ଯିବାକୁ ପଡୁଥିଲା । ସମସ୍ତ ଜମିଜମା ତଥା ବିବାହ ସମ୍ବନ୍ଧୀୟ ରେଜିଷ୍ଟ୍ରି ଏଠି ହୋଇପାରିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ସପ୍ତାହକୁ ୩ଦିନ ଯଥା ଗୁରୁବାର, ଶୁକ୍ରବାର ଓ ଶନିବାର ଦିନ ରେଜିଷ୍ଟ୍ରି ହେବ ବୋଲି ସୂଚନା ମିଳିଛି ।

manabhanjan
Leave A Reply

Your email address will not be published.