csstore

ସାଲେପଡା ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ପ୍ରବେଶ ଉତ୍ସବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ ସାଲେପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ପ୍ରବେଶ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସେବତୀ ଦାଶଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥିଲେ । ୬ ବର୍ଷର ସମସ୍ତ ଶିଶୁଙ୍କୁ ନାମ ଲେଖାଇବା, ମାଗଣା ଖାଦ୍ୟ, ପୋଷାକ, ବହି, ଯୋଗାଇ ଦେବା ସ୍ଲୋଗାନ ମାଧ୍ୟମରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହ ଶିକ୍ଷୟିତ୍ରୀ ରଂଜିତା ଛୁରା, ଲକ୍ଷ୍ମୀ କର୍ମୀ ଏବଂ ପରିଚାଳନା କମିଟି ଅଭିଭାବକ ଲିଙ୍ଗରାଜ ବାଗ, ଅଙ୍ଗନୱାଡି କର୍ମୀ, ବସନ୍ତ ପୋଢ଼, ଜାନକୀ ମାଝୀ, ରେବତୀ ଗହୀର, ମିଥିଲା ଭୋଇ, ଆରତୀ ମିଶ୍ର, ରିତା ବନଛୋର, ବୃନ୍ଦା ପରଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.