csstore

ବୁବେଲରେ ୭୬ତମ ଦୋଳ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମରେ ଚଳିତ ବର୍ଷର ଦୋଳ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଂସ ଦରବାରର ସୁନାମଧନ୍ୟ କଳାକାର ଅନିଲ କୁମାର ନାଏକ ଓ ତାଙ୍କ ଦଳଙ୍କ ଦ୍ୱାରା ଆୟୋଜିତ ହୋଇଛି । ପ୍ରଥମ ଦିନରେ ମହାରାଜା ଉଗ୍ରସେନଙ୍କ ଦରବାରରେ ମୁଖ୍ୟ ଅତିଥି ଭାବରେ ସ୍ମାରକ ମିଶ୍ର ସଭାପତି ଜିଲ୍ଲା କେନ୍ଦ୍ରିୟ ସମବାୟ ବ୍ୟାଙ୍କ ବଲାଙ୍ଗିର ଓ ସମ୍ମାନିତ ଅତିଥି ସାନନ୍ଦ କୁମାର ମିଶ୍ର ଜିଲ୍ଲା କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ତଥା ବୁବେଲ ଗ୍ରାମ ପଂଚାୟତ ସରପଂଚ ସବିତା ମିଶ୍ର ଉପସ୍ଥିତ ଥିଲେ । ଦରବାରକୁ ବଂଶୀଧର ନାଏକ ସଂଯୋଜନା କରିଥିବା ବେଳେ ବୁବେଲ ଗ୍ରାମ୍ୟ କମିଟି ତଥା ଦୋଳ ମହୋତ୍ସବ ପରିଚାଳନା କମିଟିର ଟିକେଶ୍ୱର ସାଏ, ମହାଦେବ ତୁମୁନିଆ, ରାମାନନ୍ଦ ପଧାନ, ପ୍ରହଲ୍ଲାଦ ଡାଙ୍ଗ, ତିର୍ଥ ନାଗ, ଶୋଭାବନ ନାଏକ, ରଙ୍ଗାଧର ନାଏକ, ବିମ୍ବାଧର ବାଗ, ଗ୍ରାମର ସମସ୍ତ ଯୁବ ସ୍ୱେଚ୍ଛାସେବୀ ଓ ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀର ସଭ୍ୟ/ସଭ୍ୟାବୃନ୍ଦ ସହଯୋଗ କରିଥିଲେ । ପ୍ରଥମ ଦିନରେ ମହାରାଜା ଉଗ୍ରେସନଙ୍କ ଦରବାର, ଦେବକୀ ବସୁଦେବଙ୍କ ବିବାହ, ଶୂନ୍ୟବାଣୀ ପରେ କଂସଙ୍କ ଦ୍ୱାରା ଉଗ୍ରେସନଙ୍କୁ ରାଜଗାଦିରୁ ବିତାଡିତ ଓ କଂସ ସିଂହାସନ ଆରୋହଣ ପରିବେଷଣ ହୋଇଥିଲା ।

jayashree
Leave A Reply

Your email address will not be published.