pakka

ଡୁମ୍ବେରବାହାଲ ସ୍କୁଲର ବାର୍ଷିକୋତ୍ସବ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ଏହି ଉତ୍ସବରେ ସଭାପତିତ୍ୱ କରି ବିବରଣୀ ପାଠ କରିବା ସହ ସ୍କୁଲର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ବନବାସ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କ ସାମଗ୍ରିକ ବିକାଶ ଦିଗରେ ବିଦ୍ୟା ଓ ଶିକ୍ଷାର ଆବଶ୍ୟକତା ତଥା ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମୟରେ କୃତକାର୍ଯ୍ୟ ହୋଇଥିବା ଓ ସ୍କୁଲର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ସୁଦାମ କନ୍ଧେର, ଡେଜଲିଂ ଦନ୍ତା, ସୋତମ ଛତର, ସ୍ୱେଚ୍ଛାସେବୀ ଶିକ୍ଷୟିତ୍ରୀ କୌଶଲ୍ୟା ପ୍ରଧାନ ଓ ତପସ୍ୱିନୀ ପାଣ୍ଡେ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ବେଳେ ଗ୍ରାମର ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

13 − two =