pakka

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରିବାକୁ ଥିବା ଶିଶୁଙ୍କ ପିତାମାତାଙ୍କର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ତଥା ଆଭିମୁଖ୍ୟ କଥନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର । ସୋପାନ ଗୀତ ଗାୟନ କରିଥିଲେ ଶିଶୁବାଟିକା ପ୍ରମୁଖ ରଞ୍ଜୁ ମିଶ୍ର । ପ୍ରାୟୋଗିକ କାଳାଂଶ ତଥା ବିଷୟ ଉପସ୍ଥାପନା କରିଥିଲେ ଶିଶୁ ମନ୍ଦିର ପର୍ଯ୍ୟାୟ ପ୍ରମୁଖ ରସାନନ୍ଦ ତ୍ରିପାଠୀ । ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ନିତ୍ୟାନନ୍ଦ ପଧାନ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରିଷ୍ଠ ଆଚାର୍ଯ୍ୟ ବିଜୟ କୁମାର ସରାଫ ।

Leave A Reply

Your email address will not be published.

2 × three =