csstore

ବଡବନ୍ଧ ୫ମ ବାର୍ଷିକ ଲବଣୀ ସେନ ନାଏକ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଦେଓଗାଁକୁ ହରାଇ ପ୍ରଥମ ସେମିଫାଇନାଲରେ ପହଞ୍ଚିଲା କୁଠୁର୍ଲା
ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ବଡବନ୍ଧରେ ରବିବାର ଦିନ ପଞ୍ଚମ ବାର୍ଷିକ ଲବଣୀ ସେନ ନାଏକ କ୍ରିକେଟ ପ୍ରତଯୋଗିତାକୁ ସ୍ଥାନୀୟ ସରପଞ୍ଚ ଧୁବଳେ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟିତ କରିଥିଲେ। ରବିବାର ଦିନ ଗ୍ରୁପ୍ ‘ଏ’ର ପ୍ରଥମ ମ୍ୟାଚରେ ଡଙ୍ଗରପଡ଼ାକୁ ସିକୁଆଁ ଦଳ ହରାଇଥିଲା । ଦ୍ବିତୀୟ ମ୍ୟାଚରେ ଦେଓଗାଁକୁ କୁଠୁର୍ଲା ହରାଇଥିଲା ।

ସିକୁଆଁ ଓ କୁଠୁର୍ଲା ମଧ୍ୟରେ ହୋଇଥିବା ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କୁଠୁର୍ଲା ଦଳ ବିଜୟୀ ହୋଇଥିଲା । ଆଜିର ମ୍ୟାଚଗୁଡ଼ିକୁ ବିଧାନ ସେଠ୍ ଓ ନରେଶ ଗଡତ୍ୟା ପରିଚାଳନା କରିଥିବା ବେଳେ ରାକେଶ ଗଡାତ୍ୟା ଓ ସୁମନ୍ତ ସାଣ୍ଡ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସଂଜିପ ହାତୀ, ସିଦ୍ଧାନ୍ତ ଜେନା, ସୁରୁବାବୁ ବେମାଲ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.