
- ଗୁଡ୍ ଟଚ୍ ବ୍ୟାଡ୍ ଟଚ୍ ଉପରେ ପିଲାଙ୍କୁ ସଚେତନ କଲେ କାଉନସେଲର
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ଦ୍ୱାରା ସ୍ପନ୍ସର କରାଯାଇଥିବା ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ଇଣ୍ଟରାକ୍ଟ କ୍ଲବ୍ ପକ୍ଷରୁ ବିଶ୍ୱ ଇଣ୍ଟରାକ୍ଟ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ‘ଗୁଡ୍ ଟଚ୍ ବ୍ୟାଡ୍ ଟଚ୍’ ଉପରେ ଏକ ଇଣ୍ଟରାକ୍ଟିଭ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ଆର୍ଜିଏଚ୍ର କାଉନସେଲର ଶ୍ରୀମତୀ ପୁଷ୍ପା ରାଣୀ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଗୁଡ୍ ଟଚ୍ ଓ ବ୍ୟାଡ୍ ଟଚ୍ ମଧ୍ୟରେ ପାର୍ଥକ୍ୟ, ନିଜ ଶରୀରକୁ ସୁରକ୍ଷିତ ରଖିବା ଓ ସତର୍କ ରହିବା ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ଇଣ୍ଟରାକ୍ଟ ସଭାପତି ଆଶୁତୋଷ ମହାରଣା ଆହ୍ୱାନ କରିଥିଲେ । ରୋଟାରୀ ସଭାପତି ଡ. ସରିତା ମଲ୍ଲ ସଭାକୁ ସମ୍ବୋଧିତ କରିଥିଲେ । ଏଥିରେ ପ୍ରିନ୍ସିପାଲ୍ ଡ. ମମତା ନାୟକ, ଆଡଭାଇଜର ଡ. ଅଞ୍ଜନା ମୈତ୍ର, ଚେୟାରପର୍ସନ୍ ରଶ୍ମି ନାୟକ, ପ୍ରେସିଡେଣ୍ଟ ଇଲେକ୍ଟ ରଶ୍ମି ମିଶ୍ର, ଡାଇରେକ୍ଟର ୟୁଥ୍ ପୁଟୁଲ ରାହୁଲ ଏବଂ ଡାଇରେକ୍ଟର ପବ୍ଲିକ୍ ଇମେଜ୍ ଆଶିଷ ନାୟକ ଉପସ୍ଥିତ ଥିଲେ । ଶେଷରେ ଇଣ୍ଟରାକ୍ଟ ସମ୍ପାଦକ ଶୁଭମ୍ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।