pakka

ବଡବନ୍ଧ ଜୟ ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଖେଳ ପଡ଼ିଆରେ ସ୍ଥାନୀୟ ଜୟ ଜଗନ୍ନାଥ ଫୁଟବଲ ସଂଘ ପକ୍ଷରୁ ଆଜି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ରେଙ୍ଗଟାସିଲ୍ ଓ ହାତୀସରା ମଧ୍ୟରେ ହୋଇଥିବା ଆଜିର ପ୍ରଥମ ମ୍ୟାଚ୍‌ରେ ରେଙ୍ଗଟାସିଲ ୫-୪ ଗୋଲରେ ବିଜୟୀ ହୋଇଥିବା ବେଳେ ବଡଙ୍ଗୋମୁଣ୍ଡା ଏବଂ କରେଲଧୁଆ ମଧ୍ୟରେ ହୋଇଥିବା ଦ୍ଵିତୀୟ ମ୍ୟାଚ୍‌ରେ ୪-୩ ଗୋଲରେ ବଡଙ୍ଗୋମୁଣ୍ଡା ବିଜୟୀ ହୋଇଛି । ଆଜିର ମ୍ୟାଚ୍‌କୁ ସଂଜନ କୁଦେଇ ପରିଚାଳନା କରିଥିବା ବେଳେ ଲାଇନ୍ସ ମ୍ୟାନ ଭାବେ ମନୋଜ ଜେନା, ସୁକାନ୍ତ ପୁଟେଲ ଦାୟିତ୍ଵ ବହନ କରିଥିଲେ । ମୁଖ୍ୟ ଅତିଥି ଭାବେ ବଡବନ୍ଧ ପଞ୍ଚାୟତ ସରପଞ୍ଚ ଜଗବନ୍ଧୁ ମେହେର, ଜଗଦିଶ ପଧାନ, ରାଘବ ଗଡତ୍ୟା, ବିଷ୍ଣୁ ମେହେର, ପ୍ରକାଶ ସେଠ୍, ଶଶି ବେହେରା ଯୋଗ ଦେଇଥିଲେ । କମିଟିର ରାକେଶ ଗଡତ୍ୟା, ସୁମନ୍ତ ଷାଣ୍ଢ, ହମିତ୍ ଗଡତ୍ୟା, ଶୀତଳ ମେହେର, ଲାଲୁ ବଗର୍ତ୍ତି, ମୁକେଶ ପଧାନ, ରାଜା ବଗର୍ତ୍ତି, ଫାଟୁ ନାଏକ, ସିଦ୍ଧାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

11 + 11 =