
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଘଣ୍ଟବାହାଲ ଖେଳ ପଡିଆରେ ସ୍ୱର୍ଗତ ଅଣାକାର ଜଗଦଲା ମେମୋରିଆଲ ୧୦ମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସ୍ୱର୍ଗତ ଜଗଦଲା ସମାଜ ପାଇଁ କହିଯାଇଥିବା କଲ୍ୟାଣକାରୀ କାମକୁ ମନେ ପକାଇ ଜେଏଚ୍ସିସି ଘଣ୍ଟବାହାଲ ପକ୍ଷରୁ ସ୍ୱର୍ଗତ ଅଣାକାର ଜଗଦଲା ମେମୋରିଆଲ ଦ୍ଵିତୀୟ ବର୍ଷ ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଘଣ୍ଟବାହାଲ ଖେଳ ପଡିଆରେ ଏହି ନାଇଟ କ୍ରିକେଟ ମ୍ୟାଚ୍ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ସ୍ୱର୍ଗତ ଜଗଦଲାଙ୍କ ଧର୍ମପତ୍ନୀ ସବିତା ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ହଳଦୀ ପଞ୍ଚାୟତର ସମିତି ସଭ୍ୟ ଟୁନାମଣି ମହାନନ୍ଦ, କୋଶଲି ଏଜୁକେଟର ରିପୋର୍ଟର ତଥା ମୁରିବାହାଲ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି ଓ ସମାଜସେବୀ ଓମପ୍ରକାଶ ନାଗ ଯୋଗଦେଇ ଏହି ୧୦ମ ଅଣାକାର ଜଗଦଲା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ । ଏହି ନାଇଟ ମ୍ୟାଚ୍ରେ ମୋଟ ୮ଟି ଟିମ୍ ଭାଗ ନେଇଥିବା ବେଳେ ପ୍ରଥମ ମ୍ୟାଚ୍ ମୁରିବାହାଲ ଓ ଯମୁନା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯମୁନା କ୍ରିକେଟ ଦଳ ବିଜୟୀ ହୋଇଥିଲା । ଏହି ନାଇଟ ମ୍ୟାଚ୍ ତିନି ଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆୟୋଜକ କମିଟିର ସୁରେନ୍ଦ୍ର ଛୁରା, ପିଣ୍ଟୁ ଛୁରା, ରାଜୀବ ଛୁରା, କୁମରମଣୀ ଛୁରା, ଅର୍ଜୁନ ଛୁରା, ରାଜେଶ ଛୁରାଙ୍କ ସହ ସମସ୍ତ କ୍ରିକେଟ ପ୍ରେମୀ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି ।