
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌରାଧ୍ୟକ୍ଷା ଲିକାସାହୁଙ୍କ କରକମଳରେ “ପ୍ରାଣୀ ଉଦ୍ଧାର ଯାନ”ର ଶୁଭ ଉଦ୍ଘାଟନ । ଆଜି ବଲାଙ୍ଗିର ପୌରପରିଷଦ ଠାରେ ପୌରପରିଷଦ ପକ୍ଷରୁ ଏକ ପ୍ରାଣୀ ଉଦ୍ଧାର ଯାନ”ର ଶୁଭ ଉଦ୍ଘାଟନ ହୋଇଯାଇଛି । ଯାହାକୁ ପୌରପରିଷଦ ପୌରାଧ୍ୟକ୍ଷା ଲିକା ସାହୁ ଶୁଭ ଉଦ୍ଘାଟନ କରିଥିବା ବେଳେ ପ୍ରାଣୀ କଲ୍ୟାଣ ଯୋଜନା ଅଧୀନରେ ଆରମ୍ଭ ହୋଇଥିବା ଏହି ସେବା ଆହତ, ଅସହାୟ ଓ ରାସ୍ତାରେ ଥିବା ପ୍ରାଣୀମାନଙ୍କ ପାଇଁ ହେବ ନୂଆ ଜୀବନର ଆଶା । ମାନବିକତା କେବଳ ମଣିଷ ପାଇଁ ନୁହେଁ, ପ୍ରତ୍ୟେକ ଜୀବ ପ୍ରତି ସହାନୁଭୂତି ହେଉଛି ସତ୍ୟ ସେବା ବୋଲି ପୌରାଧ୍ୟକ୍ଷା ଶ୍ରମୀତୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିବା ଜଣାପଡ଼ିଛି । ବଲାଙ୍ଗିର ପୌରପରିଷଦର ଏହି ପଦକ୍ଷେପ ପାଇଁ ଚାରିଆଡେ ପ୍ରଶଂସା କରାଯାଉଛି ।
Comments are closed, but trackbacks and pingbacks are open.