ହରିଶଙ୍କର ସୌନ୍ଦର୍ଯ୍ୟିକରଣ ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି । ଆଜି ହରିଶଙ୍କର ସୌନ୍ଦର୍ଯ୍ୟିକରଣ କାର୍ଯ୍ୟର ଉଦ୍‌ଘାଟନ ଦିନ ୧୧:୩୦ ମିନିଟ ସମୟରେ ଭରଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଟଣାଗଡ଼ ଗଡ଼ଭିତର ପଡିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇଥିଲେ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ତରଫରୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ସ୍ୱାଗତ ବକ୍ତବ୍ୟ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମନ୍ଦିରର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟିକରଣ ସହିତ ଭୋଗମଣ୍ଡପ, ଯାତ୍ରୀ ପ୍ରତୀକ୍ଷାଳୟ, ଶୌଚାଳୟ, ପାର୍କ ଓ ଦୋକାନ ଗୃହ ପାଇଁ ମୋଟ ୨୦ କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ଦିର ସୌନ୍ଦର୍ଯ୍ୟିକରଣ ପାଇଁ ପୂର୍ତ୍ତବିଭାଗ ୧୩ କୋଟି ୪ ଲକ୍ଷ ଓ ଦୋକାନ ଗୃହ ଓ ରାସ୍ତା ପାଇଁ ୪ କୋଟି ୪୨ ଲକ୍ଷ ଓ ଓଟିଡିସିରୁ ପାର୍କ ପାଇଁ ୩ କୋଟି ଟଙ୍କାର ପ୍ରକଳ୍ପର ହୋଇଛି ଲୋକାର୍ପଣ । ହରିଶଙ୍କର ମନ୍ଦିର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟିକରଣ କାର୍ଯ୍ୟ ତ୍ୱରାନ୍ୱିତ ଭାବରେ କରିଥିବାରୁ ମୁଖ୍ୟମନ୍ତ୍ରୀ ୫-ଟି ଅଧ୍ୟକ୍ଷ ଓ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.

1 × 2 =