pakka

ବଲାଙ୍ଗିରରେ ବସୁଧା ଯୋଜନାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବସୁଧା ଯୋଜନାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍‌ଚୁଆଲ୍‌ ମୋଡ଼୍‌ରେ ଉଦ୍‌ଘାଟିତ ହୋଇଥିବା ଏହି ପ୍ରକଳ୍ପ ବଲାଙ୍ଗିର ସହରର ପ୍ରତ୍ୟେକ ପଡ଼ାକୁ ୨୪ ଘଂଟା ପିଇବା ପାଣି ଯୋଗାଇବାରେ ବିଶେଷ ସହାୟକ ହେବ ବୋଲି ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୩୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଜନହିତକର ଅନେକ ଯୋଜନା ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହୋଇଯାଇଛି । ଏହି କ୍ରମରେ ବଲାଙ୍ଗିର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ୭୭ ଲକ୍ଷ ଟଙ୍କା ବ୍ୟୟର ଓଭର୍‌ହେଡ଼୍‌ ଟେଙ୍କ ଆଜି ଲୋକାର୍ପିତ ହୋଇଥିବା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

two + 14 =