ଜଙ୍ଗଲ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କେଛୋଦାଦର ଗ୍ରାମରେ ପାଇକମାଲ ବନାଞ୍ଚଳ ତରଫରୁ ବନାଗ୍ନି ପ୍ରତିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରକୃତିବନ୍ଧୁ ବିଭୁତି ଭୁଷଣ ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କେଛୋଦାଦର ଚିତ୍ତରଞ୍ଜନ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ, ସମ୍ମାନିତ ଅତିଥି ଭାବେ ସତ୍ୟମୟ ତ୍ରିପାଠୀ ଓ ନରୋତ୍ତମ ପ୍ରଧାନ ପ୍ରମୁଖ ଯୋଗଦେଇ ଜଙ୍ଗଲ ନିଆଁ ନିରାକରଣ, ବିଶ୍ଵ ଉତ୍ତାପନ, ଜଳବାୟୁ ପରିବର୍ତ୍ତନ, ବୃକ୍ଷ ରୋପଣ ଓ ସଂରକ୍ଷଣ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଫରେଷ୍ଟ ଗାର୍ଡ ବସନ୍ତ ବାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଫରେଷ୍ଟର ରଜନୀକାନ୍ତ ବଢେଇ ପରିଚାଳନା କରିଥିଲେ । ସଭା ପରେ ନାଟ୍ୟକାର ରାଜକୁମାର ସାହୁଙ୍କ ନିର୍ଦ୍ଦେଶିତ ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ନାଟକ ‘ମାକଡ଼୍‌ ବିହା’ ସଚେତନ ହେମା ନାଟ୍ୟ ସଂସଦ ଢ଼ୋଲବନ୍ଧ୍ ତରଫରୁ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ଗିରିରାଜ କୁମ୍ଭାର, ଫରେଷ୍ଟ ଗାର୍ଡ ସଂଗୀତା ଭଗତ, ସୌଦାମିନୀ ବରିହା, ଦୋଳଗୋବିନ୍ଦ ବରିହା, ବନ ସୁରକ୍ଷା ସମିତି ସଭ୍ୟ ସଭ୍ୟା ,ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ପାରା ଫରେଷ୍ଟ ସ୍କ୍ୱାର୍ଡ, ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.

19 − twelve =