om academy

ଦ୍ୱାଦଶ ପଧାନ ସିଙ୍ଗାପୁର ଗସ୍ତ ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଏକ ଉପାନ୍ତ ଅଂଚଳରେ ଅବସ୍ଥିତ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଓଡିଶାର ସର୍ବଶ୍ରେଷ୍ଠ ବିଦ୍ୟାଳୟ ରୂପେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗତ ଜାନୁଆରୀ ଜାନୁଆରୀ ୩୧ ତାରିଖରେ ଗ୍ରହଣ କରିଛି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପଧାନ ମଧ୍ୟ ରାଜ୍ୟ ସର୍ବଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ । ଓଡିଶା ସରକାରଙ୍କ “ମୋ ସ୍କୁଲ” ଅଭିଯାନ ବିଭାଗ ତରଫରୁ ଶ୍ରୀଯୁକ୍ତ ପଧାନ ଶୈକ୍ଷିକ ଅଭିବୃତ୍ତି, ବୈଷୟିକ ଜ୍ଞାନ ତଥା ଧନ୍ଦାମୂଳକ ଶିକ୍ଷା ଉପରେ ଅଧିକ ଜ୍ଞାନ ଆହରଣ ନିମିତ୍ତ ସିଙ୍ଗାପୁର ଗସ୍ତ ପାଇଁ ମନୋନୀତ ହୋଇଛନ୍ତି । ଏଥିପାଇଁ ମିତ୍ରଭାନୁ କଚ୍ଛପ, ଜିଲ୍ଲା ଶିକ୍ଷାଧିକାରୀ ବରଗଡ଼, ଚୂଡ଼ାମଣି ବାରିକ, ଗୋଷ୍ଠୀ ଶିକ୍ଷାଧିକାରୀ, ପାଇକମାଲ, ବିଦ୍ୟାଳୟର ସମସ୍ତ ଆଲୁମିନି, ପରିଚାଳନା କମିଟି, ସହକାରୀ କର୍ମଚାରୀ, ଅଭିଭାବକ, ଛାତ୍ରଛତ୍ରୀ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି

Leave A Reply

Your email address will not be published.

eighteen − 2 =