pakka

ପ୍ରଧାନ ଶିକ୍ଷକ ଗୁଣନିଧି ମେହେରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟର ଅଧିନରେ ଥିବା ବୁଢ଼ୀ ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁଣନିଧି ମେହେର ଅବସର ଗ୍ରହଣ କରିବା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ତୁରେକେଲା ସଭାପତିତ୍ୱ ଓ କ୍ଲଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ବିଆର୍‌ସିସି ଫକୀର ଚରଣ ବିଶି, କାଦୋବେଡା କ୍ଲଷ୍ଟର ସିଆର୍‌ସିସି ପ୍ରେମରାଜ ପାଣିଗ୍ରାହୀ, ମାନ୍ଦଲା କ୍ଲଷ୍ଟର ସିଆର୍‌ସିସି ଧନସିଂ ମାଝୀ ଯୋଗ ଦେଇଥିଲେ । ଅତିଥିମାନଙ୍କର ଅଭିଭାଷଣ ପରେ ବିଦାୟୀ ଶିକ୍ଷକ ଶ୍ରୀ ମେହେର ଭାବବିହ୍ୱଳ ବକ୍ତବ୍ୟ ରଖିଥିଲେ । ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । ତାପରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା । କାର୍ଯ୍ୟାଳୟ ତରଫରୁ ଶ୍ରୀ ମେହେରଙ୍କୁ ଅବସରଗ୍ରହଣ ପତ୍ର ହସ୍ତାନ୍ତର କରିବା ସହିତ ଯଥାଶୀଘ୍ର ତାଙ୍କର ଭତ୍ତା କାମ କରିବାକୁ ବିଇଓ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ କୁମାର ମାଝୀ, ବିମଳ ଧରୁଆ, ସୂର୍ଯ୍ୟରାମ ମାଝୀ, ସୁବାସିତ ରାଉଚ ସହଯୋଗ କରିଥିଲେ ।

Leave A Reply

Your email address will not be published.

13 − one =