csstore

ଗନ୍ଧରାବନ୍ଧରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧଠାରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗନ୍ଧରାବନ୍ଧ ପଞ୍ଚାୟତର ସରପଞ୍ଚ ରୁଷଭ ପୁଟେଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନା, ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ସମିତି ସଭ୍ୟା ଗନ୍ଧରାବନ୍ଧ ଗ୍ରାମ ପଞ୍ଚାୟତର ସଭ୍ୟା ଜଗତ, ଜିପିଇଓ ସୁଧୀର ଚନ୍ଦ୍ର ଠାକୁର, ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିକାନ୍ତ ପ୍ରଧାନ, ବିରିପାଲି ସରପଞ୍ଚ ସୁରେଶ ବେହେରା, ନାଏବ ସରପଞ୍ଚ ଗୁରୁବାରୀ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଗନ୍ଧରାବନ୍ଧ ପଞ୍ଚାୟତରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି କଣ୍ଟାବାଞ୍ଜି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ସୁଶୀଲ କୁମାର ପୋଢ଼ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ରୋଜଗାର ସେବକ ଡୋଲାମଣି ସାହୁ, ଯୁବନେତା ଖଗେଶ୍ୱର ବାଗ, ଜିଓଟେଗ ଟିକେଶ୍ୱର ସା, ଦିଲିପ ପୁଟେଲ, ରୋହିତ ପୁଟେଲ, ଯୁବରାଜ ବାଗ, ପିତାମ୍ବର ସୁନା, କେଦାର ଭୋଇ, ମଧୁସୂଦନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ପଞ୍ଚାୟତ ରଗନ୍ଧରାବନ୍ଧ, ବରୋବାହାଲ, ତେତେଲପଡା, ଜଏରପଡା ଗ୍ରାମର ଲୋକମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.