ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷ୍ୟାଳୟଠାରେ ଆୟୋଜିତ “ଓଡ଼ିଆ ପତ୍ରକାରିତା ଦିବସ – ୨୦୨୫” ଅବସରରେ ଏକ ଐତିହାସିକ ପଦକ୍ଷେପ ହିସାବରେ ମହାବିଦ୍ୟାଳୟର ପ୍ରଥମ କ୍ୟାମ୍ପସ୍ ନ୍ୟୁଜ୍ ବୁଲେଟିନ୍ “ଡବ୍ଲୁବିସି ନିୟୁଜ” ର ଉଦ୍ଘାଟନ କରାଯାଇଛି । ଏହି ବୁଲେଟିନ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପାର୍ଥ ମହାପାତ୍ର, ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ଡା. ଅରବିନ୍ଦ ଓଝା, ବିଭାଗ ମୁଖ୍ୟ ଡା. ରାଜେଶ କୁମାର କରଣ, ଓ ସିଦ୍ଧାର୍ଥ ଦାସ ଓ ସନାତନ ବାରିକ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ଯେ କୌଣସି ଘଟଣା ବା ଅସହାୟ ବ୍ୟକ୍ତିର ବେଦନାକୁ ସାମ୍ବାଦିକ ହୃଦୟଙ୍ଗମ କରେ ଓ ତାକୁ ସମ୍ବାଦର ରୂପ ଦିଏ ଏଥିରେ ଆତ୍ମୀୟତାର ସ୍ୱର ହିଁ ସ୍ପନ୍ଦିତ ହୁଏ ବୋଲି କହିଥିଲେ । “ଡବ୍ଲୁବିସି ନିୟୁଜ” ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଆନ୍ତକ୍ୟାମ୍ପସ ନ୍ୟୁଜ୍ ବୁଲେଟିନ୍ ଯାହା ମାଧ୍ୟମରେ ବିଭିନ୍ନ ବିଭାଗର ଶିକ୍ଷାତ୍ମକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଛାତ୍ରୀମାନଙ୍କ ନିଜସ୍ୱ ସୃଜନଶୀଳତାକୁ ସାମୂହିକ ଭାବରେ ଉପସ୍ଥାପନ କରାଯିବ । ଏହି ଉଦଘାଟନ ଦ୍ୱାରା ଛାତ୍ରୀମାନଙ୍କ ମଧ୍ୟରେ ଗଣମାଧ୍ୟମ ଜ୍ଞାନ, ନ୍ୟୁଜ୍ ନିର୍ମାଣ ହେବା ଆଶା ବ୍ୟକ୍ତ କରାଯାଇଛି ।
