pakka

ସୁବର୍ଣ୍ଣପୁର ଜିଲ୍ଲା ପାଠାଗାରରେ ଉଦ୍‌ବୋଧନ ଦେଲେ ମାଟିର ଗୌରବ କାର୍ତ୍ତିକ

bbehera
  • କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଏବଂ ଆତ୍ମସମୀକ୍ଷା ହିଁ ସଫଳତାର ମୂଳମନ୍ତ୍ର : କାର୍ତ୍ତିକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅନୁରୋଧ କ୍ରମେ ସୁବର୍ଣ୍ଣପୁର ମାଟିର ସୁଯୋଗ୍ୟ ସନ୍ତାନ କାର୍ତ୍ତିକ ପାଣିଗ୍ରାହୀ, ସ୍ଥାନୀୟ ଜିଲ୍ଲା ପାଠାଗାରର ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଆବଶ୍ୟକ ଉଦ୍‌ବୋଧନ ଦେଇଛନ୍ତି । କାର୍ତ୍ତିକ ପାଣିଗ୍ରାହୀ ଚଳିତ ବର୍ଷ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୬୩ ତମ ସ୍ଥାନ ଅଧିକାର କରି ରାଜ୍ୟରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନରୱେଣେ କାର୍ତ୍ତିକଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବୋଲି ଅଭିହିତ କରି ତାଙ୍କ ଆଦର୍ଶରେ ନିଜକୁ ପ୍ରସ୍ତୁତ କରିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ପାଠକମାନଙ୍କୁ ନିଜ ସଫଳତାର ଉଦାହରଣ ଦେଇ କାର୍ତ୍ତିକ କହିଲେ ଯେ, ଦୃଢ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ସହ ନିରନ୍ତର କଠିନ ପରିଶ୍ରମ ଦ୍ଵାରା ଜଣେ ପ୍ରଶାସନିକ ସେବା ବା ଯେ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ନିଶ୍ଚିତ ଭାବରେ ସଫଳତା ପାଇବ । ସୁବର୍ଣ୍ଣପୁରରେ ଏହି ଭଳି ଗୋଟିଏ ଉନ୍ନତ ମାନର ପାଠାଗାରରେ ଶହଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଦେଖି ସେ ଖୁସି ବ୍ୟକ୍ତ କରିଥିଲେ । ଦିଲ୍ଲୀ କିମ୍ବା ଭୁବନେଶ୍ୱର ନ ଯାଇ ଜଣେ ପିଲା ଏହିଠାରେ ପ୍ରସ୍ତୁତି କରି ମଧ୍ୟ ପ୍ରଶାସନିକ ପରୀକ୍ଷାରେ ସଫଳ ହୋଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ସେ ପାଠକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଭାବରେ ପ୍ରଦାନ କରି ତାଙ୍କର ମନୋବଳ ଦୃଢ଼ କରିଥିଲେ । ଏହି ଭଳି ଜଣେ ଆଦର୍ଶ ବ୍ୟକ୍ତିତ୍ୱଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ, ଜିଲ୍ଲା ଗ୍ରନ୍ଥାଳୟର ଗ୍ରନ୍ଥାଗାରିକ ବିଦ୍ୟାପତି ପଣ୍ଡାଙ୍କ ସମେତ ବହୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

2 + twenty =

error: Content is protected !!