ଦଶ ବର୍ଷ ପରେ ବି ମିଳିନାହିିଁ ଇନ୍ଦିରା ଆବସ ଗୃହର ଟଙ୍କା

ତୁରେକେଲା, (କୈଳାଶ ସଗ୍ରିଆ) : ଖଗସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଗସା ଗାଁର ଠୋକୋପଡାର ପୂର୍ଣ୍ଣିମା ଭୁଏ ଆଦିବସୀ ସମ୍ପ୍ରଦାୟର ଜଣେ ଗରିବ ମହିଳା । ଇନ୍ଦିରା ଆବସ ଗୃହ ତିଆରି ଟଙ୍କା ଦଶ ବର୍ଷ ହେଲା ପାଇ ନଥିବା ଅଭିଯୋଗ କରିଛନ୍ତି ସେ । ତା‌ଙ୍କ କହିବା ଅନୁସାରେ ଗତ ୨୦୦୯-୧୦ରେ ପ୍ରଥମ କିସ୍ତି ୫୦୦୦/-ଟଙ୍କା, ଦ୍ଵିତୀୟ କିସ୍ତି ୧୦୦୦୦/-ଟଙ୍କା ପାଇଥିଲେ । ଅଥଚ ବାକି ୨୦,୦୦୦/-ଟଙ୍କା ଆଜି ପର୍ୟ୍ୟନ୍ତ ପାଇ ନଥିବା ସେ ଅଭିଯୋଗ କରିଛନ୍ତି । ଘର ତିଆରି କରିବାରେ ବାଲି, ଇଟା, ପଥର, ଛଡ, ସିମେଣ୍ଟ ଧାର କରଜରେ ଆଣି ଘରକାମ ସମ୍ପୂର୍ଣ୍ଣ କରିଥିଲେ । ବାକି କୋଡ଼ିଏ ହଜାର ଟଙ୍କା ନ ମିଳିବାରୁ କରଜ ସୁଝିବାକୁ ସ୍ଵାମୀଙ୍କ ସହିତ ୧୦ ବର୍ଷିଆ ପୁଅକୁ ଧରି ହାଇଦ୍ରାବାଦକୁ ଦାଦନ ଶ୍ରମିକ ଭାବେ ଯାଇ କରଜ ସୁଝିଥିବା ସେ ବଡ଼ ଦୁଃଖର ସହ ପ୍ରକାଶ କରିଛ‌ନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ତା‌ଙ୍କ ବାକି ଟଙ୍କା ଦେବାରେ ପ୍ରଶାସନର ଏଭଳି ଉଦାସୀନତା କାହିିଁକି ? ତେବେ ଯଥାଶୀଘ୍ର ତା‌ଙ୍କୁ ଇନ୍ଦିରା ଆବସ ଅନୁଦାନର ବାକିଆ ୨୦ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଗାଁ ଲୋକେ ଦାବୀ କରିଛନ୍ତି।

Leave A Reply

Your email address will not be published.