ଜରାସିଂହା ପାଟଖଣ୍ଡା ଯାତ୍ରା : ପାଟଣାଗଡ଼ରୁ ଆସିଲା ପାଟ ସିନ୍ଦୁର

କୋଭିଡ ନିୟମ ଯୋଗୁଁ ୫ ଦିନ ବଦଳରେ ୨ଦିନରେ ପୂଜା ସମ୍ପନ୍ନ ହେବ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ଶନିବାର ବିଳମ୍ବିତ ରାତିରେ ପହଞ୍ଚିଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଛି। ପରମ୍ପରା ଅନୁଯାୟୀ ପାଟଣାଗଡ଼ ପାଟଣେଶ୍ବରୀ ମନ୍ଦିରରୁ ପାଟ ଓ ସିଦୂରକୁ ପାଟଖଣ୍ଡାଙ୍କ ସେବକ ଲିଟି ପଥିରିମାଳୀ ଓ ଏକାଦଶିଆ ନାଏକ ଚାଲି ଚାଲି ଆଣିଥିଲେ। ସେମାନେ ପାଟ ସିନ୍ଦୂରକୁ ୨୧ଟି ଗାଁ ଦେଇ ଆସିଛନ୍ତି । ଶନିବାର ସକାଳ ୭ଟାରୁ ପାଟଣାଗଡ଼ରୁ ବାହାରି ଥିବା ପାଟ ସିନ୍ଦୁର ବିଳମ୍ବିତ ରାତିରେ ଦେଓଗାଁ ସ୍ଥିତ ମସଲିଆ ଘରେ ପହଞ୍ଚିଥିଲା। ମସଲିଆ ପରିବାର ଲୋକ ପାଟ ସିନ୍ଦୁରକୁ ଦର୍ଶନ କଲା ପରେ ଚନ୍ଦ୍ରପୁର ଗାଁ ଦେଇ ଜରସିଂହାରେ ପହଞ୍ଚିିବ। କିନ୍ତୁ ଚଳିତ ବର୍ଷ ପାଟ ସିନ୍ଦୁର ଆଣିଥିବା ଦେହେରୀମାନେ ଚନ୍ଦ୍ରପୁର ଗାଁଠାରେ ବିଶ୍ରାମ ନେବାର କାର୍ୟ୍ୟସୂଚୀ ରହିଛି । ଯାହାଫଳରେ ରବିବାର ସକାଳରେ ଜରାସିଂହା ଗାଁରେ ଭକ୍ତଙ୍କ ବିନା ସମାଗମରେ ପାଟ ସିନ୍ଦୁରକୁ ବରଣ କରି ପାଟଖଣ୍ଡା ମନ୍ଦିରକୁ ନିଆଯିବା ପରେ ପାଟଖଣ୍ଡା ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ପାଟସିିନ୍ଦୁୁୁର ବରଣ ସମୟରେ ଜରାସିଂହା ଗାଁର ଲୋକମାନେ କୋଭିଡ କଟକଣା ପାଇଁ ବାହାରକୁ ନ ବାହାରି ନିଜ ଘର ସମ୍ମୁଖରେ ରହି ଦର୍ଶନ କରିବାକୁ ଜରାସିଂହା ବିଏନଏର ସଭାପତି ପୁରୁଷୋତ୍ତମ ଥନାପତି ଅନୁରୋଧ କରିଛନ୍ତି ।
ପାଞ୍ଚଦିନ ଧରି ହେଉଥିବା ଦେଓଗାଁ ବ୍ଲକ ଜରାସିଂହାର ପ୍ରସିଦ୍ଧ ପାଟଖଣ୍ଡା ଯାତ୍ରାକୁ ଚଳିତ ବର୍ଷ ଦୁଇଦିନ ମଧ୍ୟରେ ସାରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ଏ ସଂପର୍କରେ ଯାତ୍ରା ପରିଚାଳନା କରୁଥିବା ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ ଏସୋସିଏସନର ସଭାପତି ପୁରୁଷୋତ୍ତମ ଅନାପତି ଏକ ପ୍ରେସମିଟ ଜରିଆରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଶ୍ରୀ ଥନାପତି ଦେଇଥିବା ସୂଚନା ଅନୁସାରେ, ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୫୫୧୧/ ତା. ୧୬.୧୦.୨୦ ଅନୁସାରେ ୨୬ ଓ ୨୭ ଦୁଇ ଦିନ ପାଟଖଣ୍ଡା ଯାତ୍ରା ଆୟୋଜନ ପାଇଁ ଅନୁମତି ମିଳିଛି । କୋଭିଡ୍ ନିୟମ ପାଳନ କରି ଯାତ୍ରା ଆୟୋଜନ କରିବାକୁ ଚୁକ୍ତି କରାଯାଇଛି । ଯାତ୍ରାରେ ନିୟୋଜିତ ହେଉଥିବା ୩୨ ଜଣ ଦେହେରୀ ମଧ୍ୟରୁ ମାତ୍ର ୧୦ ଜଣଙ୍କୁ ଅନୁମତି ଦିଆଯାଇଛି । ୨୫ ତାରିଖରେ ପାଟସିନ୍ଦୁର ବରଣ, ୨୬ ଦେଝାର ଯାତ୍ରା, ବଉରା ପିଟା, ନିଶିଗୁଡ଼ିରେ ପୂଜା, ୨୭ ନିଶିଗୁଡ଼ି ପୂଜା, ଜେନାଗୁଡ଼ି ପୂଜା ରାତିରେ ପୂଜା ସମାପନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.