ବେନିଆପାଲି ସେତୁ ମୁଣ୍ଡରେ ଖାଲ

ଚୁଡ଼ାପାଲି, (ରାଜେଶ ଦଣ୍ଡସେନା) : ଦୁଆନପାଲିରୁ ବେନିଆପାଲି ଗଲା ବାଟରେ କୁଟୁମଡୋଲା ପଞ୍ଚାୟତ ଅନ୍ତର୍ଗତ ବେନିଆପାଲି ସେତୁ ମୁଣ୍ଡରେ ରହିଛି ବଡ ଖାଲ । ସେଇ ବାଟ ଦେଇ ବହୁତ ଲୋକ ଯାତାୟତ କରନ୍ତି । ହେଲେ ସେତୁ ଉପରେ ଥିବା ଖାଲରେ ବହୁତ ଲୋକ ପଡି ଦୁର୍ଘଟଣାର ଶିକାର ହୋଇଥାନ୍ତି । ସେଥିପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଖାଲକୁ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.