pakka

ମାର୍ଚ୍ଚ ୫ ତାରିଖରୁ ରଙ୍ଗେଇଲୁଣ୍ଡା ଏୟାର ଫିଲ୍ଡରୁ ଭୁବନେଶ୍ୱରକୁ ବିମାନ ସେବା ଉଡାଣ ହେବ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ପ୍ରତୀକ୍ଷିତ ବ୍ରହ୍ମପୁର ବିମାନବନ୍ଦର କାର୍ଯ୍ୟକାରୀ ହେବା ଅବସରରେ ଜରୁରୀକାଳୀନ ଭିତ୍ତିରେ ରଙ୍ଗେଇଲୁଣ୍ଡା ଏୟାର ଫିଲ୍ଡରୁ ଭୁବନେଶ୍ୱରକୁ ବିମାନ ସେବା ଉଡାଣ ହେବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ବିଜୁବାବୁଙ୍କ ଜନ୍ମଦିନରେ ମାର୍ଚ୍ଚ ୫ ତାରିଖରେ ସେହି ମହାନ ଆତ୍ମାଙ୍କ ଶ୍ରଦ୍ଧାଞ୍ଜଳି ସ୍ୱରୂପ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ବିମାନ ଉଡ଼ିବ ଯାହା ୯ଜଣ ବସିବା ଭଳି ଏକ ଏୟାର-ବସ୍‌ ଉଡାଣ କରିବ ବୋଲି ସରକାରୀ ଭାବେ କୁହାଯାଇଛି । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରଙ୍ଗେଇଲୁଣ୍ଡା ବିମାନ ଘାଟିର ନିର୍ମାଣ ଓ ମରାମତି ଚାଲିଛି । ପ୍ରକାଶ ଥାଉକି, ବ୍ରହ୍ମପୁର ସହରରୁ ପୂର୍ବଦିଗରୁ ମାତ୍ର ୯ କିମି ଦୂରରେ ଅବସ୍ଥିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସନ୍ନିକଟ ରଙ୍ଗେଇଲୁଣ୍ଡା ଏୟାର-ଷ୍ଟ୍ରିପ୍ ପ୍ରାୟତଃ ୪୦ ଏକର ପରିମିତ ଜାଗା ବିମାନ ଘାଟି ହେଉଛି, ବ୍ରିଟିଶ ସାମ୍ରାଜ୍ୟ ସମୟର ଏବଂ ଐତିହାସିକ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହାରିକ ଏହି ବିମାନ ପଡ଼ିଆ ଅଧୂନା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ କିଛି ଜାଗା ଦଖଲରେ ଥିବା ବେଳେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି ପ୍ରକାରେ ବିମାନ ସେବାରେ ଉକ୍ତ ଏୟାର ଫିଲ୍ଡ ନିମନ୍ତେ ନିର୍ଦ୍ଧାରଣ ଓ ହସ୍ତାନ୍ତର କରାଯାଇଛି । ବିମାନ ସେବା ପାଇଁ ଏହାର ନିର୍ମାଣ ଓ ମରାମତିରେ ବିଳମ୍ବ ଘଟିଥିବା ହେତୁ ଉପରୋକ୍ତ ଟେଣ୍ଡର ବାତିଲ କରାଯାଇ ନୂତନ ଟେଣ୍ଡେର ହୋଇଥିବା କୁହାଯାଇଛି । ବିମାନ ଉଡାଣ ସେବା ଲାଗି ପ୍ରଥମ ପର୍ଯ୍ୟାୟରେ ୧୦କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିବା କୁହାଯାଇଛି ।

jay balangir
Leave A Reply

Your email address will not be published.

1 × two =

error: Content is protected !!