pakka

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦୁର୍ଗାପାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅଧିନସ୍ଥ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦୁର୍ଗାପାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଜନନୀ ମହାଲିଙ୍ଗ, ମୁଖ୍ୟ ବକ୍ତା ମୋସ୍କୁଲ ସଭାପତି ଟିକେଶ୍ଵର ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ଆର୍ତ୍ତତ୍ରାଣ ନାଏକ ଯୋଗ ଦେଇଥିଲେ । ସଂସ୍କୃତ ଶିକ୍ଷକ ସୁଶାନ୍ତ କୁମାର ନାୟକ ସଭାର ପରିଚାଳନା କରିଥିବା ବେଳେ ଅନୁପ କୁମାର ସାହୁ ବିବରଣୀ ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିବା ବେଳେ ବୀରେନ୍ଦ୍ର ପାଣ୍ଡେ, ପ୍ରସନ୍ନ କୁମାର ସାହୁ, ରାମ ପ୍ରସାଦ ପଟେଲ, ସଦାନନ୍ଦ ମହାଲିଙ୍ଗ, ଶ୍ୱେତାଲିନା ଜାଲ, ପୁଷ୍ପାଞ୍ଜଳି ରଣା, ସ୍ୱାଗତିକା ବଗର୍ତ୍ତୀ ଓ ହିନ୍ଦୀ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ବେହେରା, କବିଶ୍ରୀ ନବ କିଶୋର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five × four =

error: Content is protected !!