pakka

ମା’ ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

bbehera

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡି ପଡିଆଠାରେ ମା’ ମୋଟ୍ରାଣୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ମା’ ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ରାମନାରାୟଣ ପୁଝାରୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିନୋଦ ପଟେଲ, ହିରଣ୍ୟ ବେହେରା, ପରମେଶ୍ୱର ପାଳ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ମ୍ୟାଚ୍‌ ମହିଚଲା ବୁଢାରଜା ଓ ଠେଲକୋମୁଣ୍ଡା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମହିଚଲା ବ୍ୟାଟିଂ କରି ୧୦ ଓଭରରେ ୪ ୱିକେଟ ହରାଇ ୧୩୮ ରନ ସଂଗ୍ରହ କରିଥିଲା । ଜବାବରେ ଠେଲକୋମୁଣ୍ଡା ଏକାଦଶ ୭ ୱିକେଟ ହରାଇ ୭୪ ରନ୍‌ କରିପାରିଥିଲା । ବରିଷ୍ଠ ଖେଳାଳୀ ଦେବେନ୍ଦ୍ର ଶବର ଓ ପିଣ୍ଟୁ ଦାସ ଖେଳକୁ ପରିଚାଳନା କରିଥିଲେ । ରାମନାରାୟଣ ପୁଝାରୀ ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବିନୋଦ ଶବର ସ୍କୋର ବୋର୍ଡ ଦାୟିତ୍ୱରେ ଥିଲେ । ମା’ ମୋଟ୍ରାଣୀ କ୍ରିକେଟ କ୍ଲବର ସୁଶୀଲ ପଟେଲ, ଡିସେମ୍ବର ଭୋଇ, ଲଳିତ ରଣା, ସୌରଭ ଦାସ, ରୋହିତ ପୁଝାରୀ, ମଣ୍ଟୁ ଦାସ, ବବଲୁ ପୁଝାରୀ, ମଧୁସୂଦନ ମାଝୀ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

12 − seven =

error: Content is protected !!