csstore

ତୁରେକେଲା ଆର୍‌ଜିପିଏସ୍‌ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାସ୍ଥିତ ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ବୁଧବାର ଦିନ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଗତ ନଭେମ୍ବର ମାସ ୨୯ ତାରିଖରୁ ଡିସେମ୍ବର ୧୩ ଯାଏ ଚାଲିଥିବା ବିଭିନ୍ନ ପ୍ରକାର କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଚେତନତା କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରମାନଙ୍କୁ ଏକ ସାଧାରଣ ସଭା ମାଧ୍ୟମରେ ପୁରସ୍କୃତ କରାଯାଇଛି । ବୁଧବାର ଦିନର ଉଦ୍‌ଯାପନୀ ଦିବସରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥୀ, ତୁରେକେଲା ବ୍ଲକ ଅଧ୍ୟକ୍ଷା ପୁଜା ବେହେରା, କଂଟାବାଂଜି ଏନ୍‌ଏସି ଉପାଧ୍ୟକ୍ଷା ମନୋରମା ରାଉତ, ତୁରେକେଲା ବ୍ଲକ ସରପଂଚ ସଂଘ ସଭାପତି ଜଲନ୍ଧର ମହାକୁଡ, ତୁରେକେଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକିର ଚରଣ ବିଶି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁରସ୍କାର ବିତରଣି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନି କୁମାର ମେହେର ଅଧ୍ୟକ୍ଷତା କରିଥିବା ବେଳେ ଓଡିଶା ଅଧ୍ୟାପକ ଦିଲିପ କୁମାର ପଧାନ ମଂଚ ପରିଚାଳନା କରିଥିଲେ । ଦୀର୍ଘ ୧୫ ଦିନ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଅଧ୍ୟାପକ ମୃତ୍ୟୁଂଜୟ ପାଣିଗ୍ରାହୀ, ଅମୂଲ୍ୟ ପାଣିଗ୍ରାହୀ, ପ୍ରଶାନ୍ତ ମେହେର, ମାନସ ନାଗ ପିଇଟି ପ୍ରବିର ସାହୁ ସହିତ ଅନ୍ୟାନ୍ୟ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.