csstore

ତୁଳସୀ ଯାତ୍ରାକୁ ସୋନପୁରରେ ସ୍ୱାଗତ

ସୋନପୁର : ୬ ଦଫା ଦାବି ନେଇ ଆରମ୍ଭ ହୋଇଥିବା ତୁଳସୀ ଯାତ୍ରାକୁ ଆଜି କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଉ, ରତ୍ନଭଣ୍ଡାର ଗଣତି ଓ ମରାମତି କରାଯାଉ ଏବଂ ଚାଷୀମାନଙ୍କ ଜମିକୁ ଫେରସ୍ତ କରାଯାଉ ଆଦି ଦାବି କରାଯାଇଛି । ଏହି ଅବସରରେ ସ୍ଥାନୀୟ ପଶ୍ଚିମ ସୋମନାଥ ମନ୍ଦିର ସାମ୍ନାରେ ତୁଳସୀ ଯାତ୍ରା ରଥରେ ସଂଗୃହୀତ ତୁଳସୀ ଓ ଫୁଲକୁ ସ୍ୱାଗତ କରାଯାଇଥିଲା । ଏହି ଯାତ୍ରା ଆସନ୍ତାକାଲି ପୁରୀରେ ପହଞ୍ଚି ସଂଗୃହୀତ ତୁଳସୀ ଏବଂ ଫୁଲ ଜଗନ୍ନାଥଙ୍କଠାରେ ଲାଗି ହେବ । ଏଥିସହ ଦାବି ଗୁଡ଼ିକ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡା, ବରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ, ପ୍ରିୟବ୍ରତ ସାହୁ, ସୁଧିର ପଣ୍ଡା, ନଗର ସଭାପତି ରଂଜିତ ରାୟ, ଶେଷଦେବ ମେହେର, ନିମାଇଁ ଚରଣ ପଟ୍ଟନାୟକ, ପ୍ରଭୁଦତ୍ତ ବସ୍ତିଆ, ସ୍ୱପ୍ନେଶ୍ୱର ପୃଷ୍ଟି, ସଚ୍ଚିଦାନନ୍ଦ ସାହୁ,ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.