pakka

ଗାନ୍ଧୀ ଜୟନ୍ତୀ ଅବସରରେ ଛତ୍ରପୁର ଆମ ପୋଲିସ ସମିତି ପକ୍ଷରୁ ସହରରେ ଟ୍ରାଫିକ ସଚେତନତା ରାଲି

bbehera

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଜୀଙ୍କ ସ୍ମୃତିପ୍ରତି ସମ୍ମାନ ଜଣାଇ ଛତ୍ରପୁର ଆଦର୍ଶ ଥାନା ତଥା ଆମ ପୋଲିସ ସମିତି ଆନୁକୂଲ୍ୟରେ ଛତ୍ରପୁର ସହରରେ ଟ୍ରାଫିକ ଶୃଙ୍ଖଳା ସଚେତନତା ଉପରେ ଏକ ରାଲି ବାହାରିଥିଲା । ରାସ୍ତାର ନିୟମମାନି ଗାଡିଚଳାଇବା, ହେଲମେଟ ପିନ୍ଧିବା, ମଦ୍ୟପାନକରି ଗାଡି ଚଳାଇବା ଏକ ଦାଣ୍ଡନୀୟ ଅପରାଧ ଆଦି ଉପରେ ଛତ୍ରପୁର ସହରର ଜନସାଧାରଣଙ୍କୁ ସଚେତନତା କରାଯାଇଛି । ହେଲମେଟ ଓ ମାସ୍କ ନ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ସଚେତନତା କରାଯାଇଥିଲା । ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏସ୍‌ଡିପିଓ ଗୌତ୍ତମ କିଷାନ, ସମସ୍ତ ବଣିକସଂଘର ସଦସ୍ୟ, ସରକାରୀ ଆଇନଜୀବୀ ସଦସ୍ୟ, ସାମ୍ବାଦିକ ପ୍ରମୁଖ ଏହି ସଚେତନତା ରାଲିରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

one × 3 =