ରାସ୍ତାକୁ ଝାଡୁ ମାରିଲେ ଟ୍ରାଫିକ୍‌ ପୋଲିସ : ସୋସିଆଲ ମିଡିଆରେ ଚର୍ଚ୍ଚା

କଟକ : କଟକ ଶିଖରପୁର ଛକରେ ରାସ୍ତାକୁ ଝାଡୁ ମାରିଲେ ଟ୍ରାଫିକ ପୋଲିସ କର୍ମଚାରୀ ଲଳିତ । ଶିଖରପୁର ଛକରେ ବହୁ ପରିମାଣରେ ବାଲି, ଗୋଡି ପଡିଥିଲା । ସେହି କାରଣରୁ ଅନେକ ଲୋକ ଦୁର୍ଘଟଣାର ସମ୍ମ୍‌ୁଖୀନ ହେଉଥିଲେ । ଲଳିତ ଡ୍ୟୁଟିରେ ଥିବା ବେଳେ କୋ÷ଣସି ଗାଡି ମଟର ନ ଆସୁ ନଥିବା ଦେଖି ଲୋକେ ଯେମିତି ଅଘଟଣରେ ନପଡିବେ ସେଥିପାଇଁ ରାସ୍ତାକୁ ଝାଡୁ ମାରିଥିଲେ ସେ । ଲଳିତଙ୍କ ଏହି କାମକୁ ସାରା ରାଜ୍ୟରେ ପ୍ରଶଂସା କରାଯାଇଛି । ଲଳିତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ପୂର୍ବରୁ ଲଳିତ ଏହି ଶିଖରପୁରର ଛକରେ ହିଁ ଗୋଟିଏ ଦିବ୍ୟାଙ୍ଗଙ୍କ ପରିବାରକୁ ରାସ୍ତା ପାର କରିଥିଲେ ଆଉ ମଧ୍ୟ ଏକ ଦୃତଗାମୀ ଟ୍ରକ ସାମ୍ନାରୁ ୪ ଜଣଙ୍କ ଜୀବନ ବଂଚାଇଥିଲେ । ସେଥିପାଇଁ ଲଳିତଙ୍କୁ କମିଶନରେଟ୍‌ ପୁଲିସ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.