jayashree

ବରିଷ୍ଠ ନାଗରିକଙ୍କ ବାରଣାସୀ–ଅଯୋଧ୍ୟା ତୀର୍ଥଯାତ୍ରା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ ତୀର୍ଥରେ ବାହାରିଛନ୍ତି । ଏଥିପାଇଁ ତୀର୍ଥଯାତ୍ରୀ ଦଳ ସମ୍ଵଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ପରିସରରୁ ଦୁଇ ଗୋଟି ବସକୁ ପତାକା ଦେଖାଇ ଏହି ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି ସମାରୋହରେ ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଲା, ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ, ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୂ ମୂର୍ମୁ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ସ୍ୱରୂପ ପାତ୍ର ଏବଂ ଅନ୍ୟାନ୍ୟ ପଦାକାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କର ଶୁଭ ଓ ନିରାପଦ ଯାତ୍ରା କାମନା କରିଥିଲେ । ଯୋଜନା ମୁତାବକ, ସମସ୍ତ ୫୨ ଜଣ ତୀର୍ଥଯାତ୍ରୀ ୨୨ ସେପ୍ଟେମ୍ବର ୨୦୨୬ରେ ସମ୍ବଲପୁର ରେଳଷ୍ଟେସନରୁ ସ୍ପେଶାଲ ଟ୍ରେନ୍ ଯୋଗେ ବାରଣାସୀ – ଅଯୋଧ୍ୟା ଅଭିମୁଖେ ବାହାରିବେ । ଏହି ଆଧ୍ୟାତ୍ମିକ ଯାତ୍ରା ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.