
ରାଉରକେଲା, (ସସ୍ମିତା ପ୍ରଧାନ) : ଗୃହଲକ୍ଷ୍ମୀ ଓ ସିନିୟର ସୋସିଆଲ ସୋସାଇଟି ପକ୍ଷରୁ ସେକ୍ଟର-୧୭ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ସୋମବାର ଖୁଦୁରୁକୁଣି ମେଳଣ ବଡ଼ ଧୂମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପରମ୍ପରା ଓ ପର୍ବପର୍ବାଣୀ ମଧ୍ୟରେ ଖୁଦୁରୁକୁଣି ଓଷାର ବିଶେଷ ସ୍ଥାନ ରହିଛି । ବିଶେଷ କରି ଅବିବାହିତା ଝିଅମାନେ ଏହି ପୂଜାକୁ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରିଥାନ୍ତି । ଏହି ଉପଲକ୍ଷେ ସିନିୟର ସୋସିଆଲ ସୋସାଇଟି ଓ ଗୃହଲକ୍ଷ୍ମୀର ପ୍ରତିଷ୍ଠାତା ଗୌରାଙ୍ଗ ଚରଣ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ଖୁଦୁରୁକୁଣି ମେଳଣ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୩୦ଟି ମା’ ଖୁଦୁରୁକୁଣି ମୂର୍ତ୍ତି ଆସିଥିଲା । ଏହି ଅବସରରେ ସାମ୍ବାଦିକା ଡ. ସସ୍ମିତା ପ୍ରଧାନ, ବସନ୍ତ କୁମାର ଦାସ, ସୁଧୀର ଦାସ ଏବଂ ଉଦ୍ଘୋଷକ ଅଶୋକ ରାଉତ ଓ ସୁଚିସ୍ମିତା ରାଉତଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ ମେଳଣରେ ଅତିଥି ଭାବେ ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀ, ସାଇବାବା ୱାର୍ଲ୍ଡ ସ୍କୁଲର ଭାଇସ ପ୍ରିନ୍ସିପାଲ ଭଗବାନ ପାଢ଼ୀ, ସମାଜସେବୀ ରମେଶ ଚନ୍ଦ୍ର ପାତ୍ର, ମନୋଜ ମିଶ୍ର, ପ୍ରଶାନ୍ତ ସେଠି, ଦୀପିକା ଶିକ୍ଷା ସଦନର ପ୍ରିନ୍ସିପାଲ ସୁଚିତ୍ରା ଲେଙ୍କା, ବିଷ୍ଣୁ ମିଶ୍ର, ଶିକ୍ଷାବିତ ଗ୍ରେସି ଡେଭିଡ ପ୍ରମୁଖ ଉପସ୍ଥିତ ଥିଲେ । ଗୃହଲକ୍ଷ୍ମୀର ସଭାନେତ୍ରୀ ଊର୍ମିଳା ଡାଳୁଆ, ମୀନାକ୍ଷୀ ଓଝା, ପ୍ରଶମିତା ସାହୁ, ସୁବାସିନୀ ବିଶ୍ୱାଳ, ସୁକୁମିତ ସୋରେନ, ସନାଲି ଓଝା, ଜଗଦେଶ୍ୱରୀ ଦାସ, ସବିତା ରାଉଳ, ଲକ୍ଷ୍ମୀ ନାୟକ, ନୀଳିମା ମହାପାତ୍ର, ମାଳତୀ ପ୍ରଧାନ, ରାଧିକା ସେଠି, ସନ୍ତୋଷ ସାହୁ, ଶିବଶଙ୍କର ବିଶ୍ୱାଳ, ବିଶ୍ୱନାଥ ଓଝା, ପ୍ରକାଶ ନାଏକ, ସୁଦାମ ବେହେରା, ସୁବାଷ ଓଝା ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।