pakka

ପ୍ରତିଟି ଘର କୋଭିଡ ଟୀକାକରଣ ଅଭିଯାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି)ପରିସୀମା ମଧ୍ୟରେ ବସବାସ କରୁଥିବା ଜନସାଧାରଣ କାଳେ କୋଭିଡ ଟୀକାକାରଣରୁ ବଞ୍ଚିତ ରହିଯାଇଥିବେ କିମ୍ବା ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକା ନେଇପାରିନଥିବେ ସେମାନେ କିଭଳି ସମ୍ପୃକ୍ତ ଟୀକାକରଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜକୁ ସାମିଲକରି ଟୀକା ନେଇପାରିବେ ଏହା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ‘ପ୍ରତିଟି ଘର କୋଭିଡ ଟୀକା ଅଭିଯାନ’ର ପ୍ରାରମ୍ଭ କରାଯାଇଛି । ଏହି କ୍ରମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଆଶା ସ୍ବେଚ୍ଛାକର୍ମୀ, ଏଏନ୍‌ଏମ୍‌, ସ୍ୱାସ୍ଥ୍ୟ କର୍ମୀ, ମହିଳା ଆରୋଗ୍ୟ ସମିତି ସଭ୍ୟା ଗଣ, ୱାର୍ଡ କଲ୍ୟାଣ ସମିତି ସଭ୍ୟସଭ୍ୟା, ରୋଗୀକଲ୍ୟାଣ ସମିତି ସଭ୍ୟସଭ୍ୟାମାନେ ଘରକୁ ଘର ବୁଲି ଓ ସାହିମାନଙ୍କରେ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଭଳି ଅନୁନ୍ୟ ଅଭିଯାନ କ୍ରମରେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ତରଫରୁ ଏହାର ସଫଳ ସଚେତନତା କାର୍ଯ୍ୟକ୍ରମ ପାଇଁ ବିହିତ ବନ୍ଦୋବସ୍ତ କରାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନକୁ ସଫଳ କରିବା ପାଇଁ ଆମ ଆଶା ମା, ଏଏନ୍‌ଏମ୍‌ମାନଙ୍କ ସ୍ୱତନ୍ତ୍ର ଭୂମିକା ରହିଛି ଓ ଏହାପାଇଁ ଯେଭଳି ଜଣେ ମାତ୍ର ଟୀକାରୁ ବଞ୍ଚିତ ନ ହେବେ ଏହା ଆମର ଦାୟିତ୍ୱ ରହିବ ବୋଲି ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡା. ଭୀମ ସାହୁ ଜଣାଇଛନ୍ତି । ଆମ ସହରାଞ୍ଚଳର ୟୁପିଏଚ୍‌ସି ପରିସର ସୀମାରେ ନିୟୋଜିତ ଓ ପ୍ରକୃଷ୍ଠ ପ୍ରଚାର ପ୍ରସାର, ସଚେତନ କରିବା ପାଇଁ ଆମେ ଆଶା ଦିଦି, ଏଏନ୍‌ଏମ୍‌, ମାସ୍‌ ସଭ୍ୟା, ଆର୍‌କେଏସ୍‌ ସଭ୍ୟସଭ୍ୟାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଯେଉଁମାନେ ବାଦ ପଡିଯାଇଛନ୍ତି ଏହି ଜନସାଧାରଣମାନଙ୍କୁ ସଂଲଗ୍ନ କରାଯାଇପାରିଲେ ଏହା ଏକ ସମ୍ପୂର୍ଣ୍ଣ କୋଭିଡ ଅଭିଯାନ କିମ୍ବା ଶତ ପ୍ରତିଶତ ଟୀକାକାରଣ ବୋଲି ବିବେଚଚନା କରାଯିବ ବୋଲି ପିସ ଊନୀସନ ନିର୍ଦେଶକ ସତ୍ୟରଞ୍ଜନ ମିଶ୍ର, ଚେୟାରମେନ ରବି ରଞ୍ଜନ ପୂଜାରୀ ଓ ଉପଜିଲ୍ଲା ପ୍ରକଳ୍ପ ମେଜେଜର ରାମାନୁଜ ପଣ୍ଡା କହିଥିବା ବେଳେ ଏହି ଅଭିଯାନ କ୍ରମକୁ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

13 + 5 =

error: Content is protected !!