ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟୀକାକରଣ କେନ୍ଦ୍ରରେ ଆସନ୍ତା ୧୭ ତାରିଖରେ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଦ୍ଧ ବୟସ୍କ ହିତାଧିକାରୀ, ଯେଉଁମାନେ ପ୍ରଥମ ଡୋଜ ଟୀକା ନେବାର ୮୪ ଦିନ ସମ୍ପୂର୍ଣ୍ଣ ହୋଇସାରିଥିବ, ତଥା ଏଚସିଡବ୍ଲୁ ଓ ଏଫଏ ଡବ୍ଲୁ ହିତାଧିକାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନ୍ତର୍ଗତ ଚକ୍ଷୁ ଚିକିତ୍ସାଳୟରେ ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ଆସନ୍ତା ତା.୧୭/୦୫/୨୧ ସୋମବାର ଦିନ ଟୀକାପ୍ରଦାନ କରାଯିବ । ପୁନଶ୍ଚ ଉକ୍ତ ଦିନ ଟୀକାର ତତ୍କାଳ ମହଜୁଦକୁ ଦୃଷ୍ଟିରେ ରଖି ସକାଳ ୮ ଘଣ୍ଟାରୁ ୯ ଘଣ୍ଟା ମଧ୍ୟରେ ୪୫ ବର୍ଷରୁ ଅଧିକଙ୍କୁ ପ୍ରଥମ ଡୋଜ ଟୀକାକରଣ ପାଇଁ ମୁଖ୍ୟ ଚିକିତ୍ସାଳୟ ଟୀକାକେନ୍ଦ୍ର ଠାରେ ବ୍ୟକ୍ତିଗତ ଟୋକନ ପ୍ରଦାନ କରାଯିବ । ଯେଉଁମାନେ ଟୋକନ ସଂଗ୍ରହ କରିଥିବେ ସେମାନେ କେବଳ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ସକାଳ ୦୮ରୁ ଅପରାହ୍ନ ୧୨ ଘଂ ଓ ଅପରାହ୍ନ ୩ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ ।

Leave A Reply

Your email address will not be published.

six + one =

error: Content is protected !!