ଚଟୁଅନକାରେ ଟୀକାକରଣ ଓ ସଚେତନତା

ତୁରେକେଲା, (କୈଳାଶ ସଗ୍ରିଆ) : ବହୁ ପ୍ରତୀକ୍ଷା ପରେ ଆଜି ତୁରେକେଲା ବ୍ଳକର ଚଟୁଅନକା ଗ୍ରାମ ପଞ୍ଚାୟତର କ୍ଳବ୍‌ ଗୃହରେ ୧୮ବର୍ଷରୁ ୪୪ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିମାନଙ୍କୁ କରୋନା ଟୀକା ପ୍ରଥମଥର ପାଇଁ ଦିଆଯାଇଥିଲା । ଲୋକମାନେ ଗୁଜବ ପାଇଁ ଟୀକାନେବାକୁ ଆଗଭର ହେଉନଥିବାରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ପୂର୍ବଭଳି ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଜୀବନାନନ୍ଦ ମହାନ୍ତି, ଗୁରୁଦୟାଲ ହଂସ, ପୁଷ୍ପକେତୁ ବେହେରା, ରଶ୍ମିରଞ୍ଜନ ପୁଟେଲ, ସୁରୁଦାସ ବାଗ, ଦୀପକ ଯାଦବ, ଅନ୍ତିମ ପାଣିଗ୍ରାହୀ, ତୁଳସୀରାମ ଜଗତ, ରୋହନ କୁମାର ମହତ, ମୋହନ ସୋନି, କୃତିକର ବାଗ, ଶିକ୍ଷକ କିଶୋର ବରିହା, ଶିକ୍ଷୟତ୍ରୀ ଦେବକୀ ତାଣ୍ଡି, ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଜେମା କଲେତ ପ୍ରମୁଖ ଯୋଗ ଦେଇଥିଲେ । ମାଝୀପଡାର ଘରଘର ବୁଲି ଟୀକା ନେବାକୁ ଅନୁରୋଧ କରିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା । ତାପରେ ଶିକ୍ଷୟତ୍ରୀ ଦେବକୀ ତାଣ୍ଡି ଓ ବଜରଙ୍ଗ ବଏ ପ୍ରଥମେ ଟୀକା ନେଇ ଅନ୍ୟମାନଙ୍କୁ ଟୀକାନେବାକୁ ଅନୁରୋଧ କରିଥିଲେ । ସର୍ବମୋଟ ୧୪ରୁ ୪୪ବର୍ଷ ବୟସର ୮୬ଜଣ ଓ ୪୫ବର୍ଷରୁ ଉର୍ଦ୍ଧ୍ବ ୨୦ଜଣ ଟୀକା ନେଇଥିଲେ । ଏହି ଟୀକାକରଣରେ ଦେବୀ ବେହେରା, ନିରନ ବାଗ, ଆଶୁତୋଷ ବହିଦାର, ପ୍ରସନ୍ନ ମହାନନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.

18 + 19 =