ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆନ୍ଦୋଳନ : ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଦେଶବ୍ୟାପି ଚରଣବଦ୍ଧ ଆନ୍ଦୋଳନର ଡାକରା ଦିଆଯାଇଛି । ସେହି କ୍ରମରେ ଆଜି ପ୍ରଥମ ଚରଣରେ ଜିଲ୍ଲା କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୨୧ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ପ୍ରକୃତ ଆଦିବାସୀଙ୍କ ପରିଚୟ ନଷ୍ଟ କରିବା, ଆଦିବାସୀଙ୍କ ଜଙ୍ଗଲ ଜମି ଓ ସଂସ୍କୃତିକୁ ଛାଡାଇ ନେବା, ଆଦିବାସୀ ଅଂଚଳମାନଙ୍କରେ ମୌଳିକ ସୁବିଧା ନ ମିଳିବା, ବିଭିନ୍ନ ମାମଲାରେ ନିର୍ଦ୍ଦୋଷ ଆଦିବାସୀଙ୍କୁ ମିଥ୍ୟା ମାଓବାଦୀ ଆଖ୍ୟା ଦେଇ ଫସାଇବା, ତାଲାବନ୍ଦ ସମୟରେ ଆଦିବାସୀଙ୍କ ଅର୍ଥନୈତିକ ଥଇଥାନ କରିବା, ବେସରକାରୀ ସଂସ୍ଥାମାନଙ୍କରେ ସଂରକ୍ଷଣ ବ୍ୟବସ୍ଥା କରିବା ଆଦି ବିଭିନ୍ନ ଦାବୀ କରାଯାଇଛି । ଏହି ଅନ୍ଦୋଳନ ଦେଶବ୍ୟାପି ତନୋଟି ଚରଣରେ ହେଉଥିବା ବେଳେ ଆସନ୍ତା ୧୫ ଜୁଲାଇରେ ତହସିଲ ସ୍ତରରେ ଆନ୍ଦୋଳନ କରାଯିବ ଓ ପରିଶେଷରେ ୨୯ ଜୁଲାଇରେ ଜିଲ୍ଲା ସ୍ତରରେ ଆଦିବାସୀମାନଙ୍କ ତରଫରୁ ଏକ ବିଶାଳ ର‍୍ୟାଲି ଓ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ଖୂସିରାମ ଜାନୀ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆର୍‌ଏମବିକେଏସ୍‌ ଜିଲ୍ଲା ସଭାପତି ଚିତ୍ତ ସୁନା ଓ ବିଏମପି ଜିଲ୍ଲା ସଭାପତି ବିଘ୍ନ ମେହେର ଓ ଜିଲ୍ଲା କନ୍ଧ ସମାଜ ଜିଲ୍ଲା ସଭାପତି ସୁରେଶ ଭୋଇଙ୍କ ସମେତ ରାଜେନ୍ଦ୍ର ଭୋଇ, ଧନେଶ୍ୱର ମାଝୀ ଓ ମୋତିଲାଲ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 + 10 =