csstore

ଥ୍ରୀ ପି-ସାମ୍ବାଦିକଙ୍କ ପେନସନ, ପ୍ରେଷ୍ଟିଜ୍ ଓ ପ୍ରୋଟେକସନକୁ ନେଇ ଓୟୁଜେ ରାଜ ରାସ୍ତାକୁ ଓହ୍ଲାଇବ : ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥ୍ରୀ ପି-ସାମ୍ବାଦିକଙ୍କ ପାଇଁ ପେନସନ, ପ୍ରେଷ୍ଟିଜ୍ ଓ ପ୍ରୋଟେକସନକୁ ନେଇ ଓୟୁଜେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଆଜି ବଲାଙ୍ଗିରଠାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଶୋକ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତ ରଖି ପ୍ରସନ୍ନ ମହାନ୍ତିଙ୍କ ସୁଦୃଢ଼ ନେତୃତ୍ୱକୁ ଆହୁରି ସୁଦୃଢ଼ କରିବା ସହ ଭାଇଚାରାର ସଂଘ ଓୟୁଜେକୁ ଆଗାମୀ ଦିନରେ ଆହୁରି କିଭଳି ସଂଗଠିତ କରାଯାଇ ପାରିବ ତା’ଉପରେ ଆଲୋଚନା ହୋଇଥିଲା । ଏଥିରେ ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ସରକାରଙ୍କ ପାଖରେ ଥ୍ରୀ ପି – ସାମ୍ବାଦିକଙ୍କ ପେନସନ, ପ୍ରେଷ୍ଟିଜ୍ ଓ ପ୍ରୋଟେକସନକୁ ନେଇ ଓୟୁଜେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସଭାରେ ଏହାସହ ଡିସେମ୍ବର ୨୨ରେ ହେବାକୁ ଥିବା ଆଗାମୀ ଦ୍ଵିବାର୍ଷିକ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା । ଏଥିରେ ବରିଷ୍ଠ ସଦସ୍ୟ ଅକ୍ଷୟ ସାହୁଙ୍କୁ ରାଜ୍ୟ ଦ୍ଵିବାର୍ଷିକ ନିର୍ବାଚନ ଅଧିକାରୀ ଏବଂ ଅନ୍ୟତମ ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ମହାନ୍ତିଙ୍କୁ ସହ ନିର୍ବାଚନ ଅଧିକାରୀ ଭାବରେ ମନୋନୀତ କରାଯାଇଥିଲା । ସେହିପରି ଓୟୁଜେ ପକ୍ଷରୁ ଆଜିଠାରୁ ଡିଜିଟାଲ ମିଡ଼ିଆରେ ତାଳ ଦେଇ ଚାଲିବା ସକାଶେ ସୋସିଆଲ ମିଡିଆ ସଂଯୋଜକ ଭାବରେ କିଶନ ରାଉତଙ୍କୁ ଦାୟିତ୍ଵ ଦିଆଗଲା । ସେହିପରି ସମସ୍ତ ଜିଲ୍ଲାରେ ଜଣେ ଜଣେ ସୋସିଆଲ ମିଡିଆ ସଂଯୋଜକ ରହିବେ ବୋଲି ନିଷ୍ପତି ହୋଇଥିଲା । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଦ୍ବୟ କିଶନ ରାଉତ ଓ ରାଜେଶ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ ପାଇକରାଏ ଓ ସମର୍ଜିତ୍ ମହାନ୍ତି, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ ମଞ୍ଚାସୀନ ଥିଲେ । ଏହି ବୈଠକ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକର୍ତ୍ତା ବୈଠକ ଦ୍ଵିତୀୟରେ ରାଜ୍ୟ କାର୍ଯ୍ୟକାରିଣୀ ଓ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ଜିଲ୍ଲାଗୁଡ଼ିକର ସାଂଗଠାନିକ ଆଲୋଚନା ହୋଇଥିଲା ।

jayashree
Leave A Reply

Your email address will not be published.