ବରତୁଣ୍ଡା ଇନ୍ଦିରା ପ୍ରିୟଦର୍ଶନୀ ହାଇସ୍କୁଲ ଶିକ୍ଷକ ପୂରଣ ଦାବୀରେ ତାଲା ବନ୍ଦ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ବରତୁଣ୍ଡା ଇନ୍ଦିରା ପ୍ରିୟଦର୍ଶନୀ ଉଚ୍ଚ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ଦାବୀରେ ତାଲା ବନ୍ଦ ଆନ୍ଦୋଳନ କରାଯାଇଛି । ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ତାଲା ଦେଇ ତାଲା ବନ୍ଦ ଆନ୍ଦୋଳନ କରିଥିଲେ । ସକାଳ ଦିନ ୧୦ ଟାରୁ ସ୍କୁଳ ଗେଟ ସାମନାରେ ସମସ୍ତେ ଏକତ୍ରିତ ହୋଇ ତାଲା ବନ୍ଦ ଆନ୍ଦୋଳନ କରିଥିଲେ । ଗତ ପ୍ରାୟ ୨ ବର୍ଷ ହେବ ନବୀନ ସରକାର ସମୟରୁ ନବମ ଓ ଦଶମ ଶ୍ରେଣୀରେ ପ୍ରାୟ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଥିଲେ ହେଁ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଏହାକୁ ନେଇ ପରିଚାଳନା କମିଟି ତଥା ଅଭିଭାବକମାନେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରେ ଅଭିଯୋଗ କରୁଥିଲେ । କିନ୍ତୁ ପ୍ରଶାସନିକ ଅଧିକାରୀ ଶିକ୍ଷକ ପଦବୀ ପୂରଣ ନେଇ କୌଣସି ପ୍ରକାର ଉଚିତ୍ ପଦକ୍ଷେପ ନେଉନଥିଲେ । ଯାହାର ସଦୃଶ୍ୟ ଆଜି ତାଲା ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇ ପଡ଼ିଛନ୍ତି ବୋଲି ପ୍ରଶାସନିକ ଅଧିକାରୀ କମିଟି ସଦସ୍ୟ ପ୍ରକାଶ କରିଛନ୍ତି । ତାଲା ବନ୍ଦ ଆନ୍ଦୋଳନ ଯୋଗୁଁ ଶିକ୍ଷା ବାଧାପ୍ରାପ୍ତ ହେବା ଦୃଷ୍ଟିରୁ ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ଉପରେ ଆନ୍ଦୋଳନରତ ଛାତ୍ରଛାତ୍ରୀ, ଅଭିଭାବକ ଓ କମିଟି ସଦସ୍ୟଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ସ୍ୱରୂପ ଡେପୁଟ୍ସନରେ ଆହୁରି ୨ ଜଣ ଶିକ୍ଷକ ଦେବା ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ କରିଥିଲେ । ତଥା ବି ସ୍ଥାୟୀ ଶିକ୍ଷକ ନ ଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ କମିଟି ଚେତାବନୀ ଦେଇଛି । ଏହି ଆନ୍ଦୋଳନରେ ସ୍କୁଳ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ବାଗ, ପୂର୍ବତନ ସମିତି ସଭ୍ୟ ବେଣୁଧର ସାହୁ, ରୁକ୍ମଣ ଧରୁଆ, ବିଜୟାନନ୍ଦ ପଟ୍ଟନାୟକ, ଦୁର୍ଯ୍ୟୋଧନ ପୁଟା , ଶିକ୍ଷାବିତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତି, ବିଭିଷଣ ଦିୱାନ, ତ୍ରିଲୋଚନ ସାହୁ, ବିଜୟ ସିଂ ଭୁଏ, ତାରାଚନ୍ଦ ସାହୁ, ସତ୍ୟକୁମାର ମାଝୀ, ଘନଶ୍ୟାମ ମହାପାତ୍ର, ବିଜୟ ଶଙ୍କର ମାଝୀ, ପଦ୍ମନ ମାଝୀ ପ୍ରମୁଖ ସାମିଲ ହୋଇ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.