ଛତ୍ରପୁର ବ୍ଲକର ବ୍ରାହ୍ମଣୀଆପଲ୍ଲୀ ଗ୍ରାମକୁ ସମ୍ପୂର୍ଣ୍ଣ ଟିବି ମୁକ୍ତ ଗ୍ରାମ କରିବା ନେଇ ସାମୂହିକ ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରୀପଲ୍ଲୀ ପଞ୍ଚାୟତର ବ୍ରାହ୍ମଣୀଆପଲ୍ଲୀ ଗ୍ରାମରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଯକ୍ଷ୍ମାରୋଗର ପାଦୁର୍ଭାବର ଲକ୍ଷଣ ଚିହ୍ନଟ କରିବା, ଯକ୍ଷ୍ମାରୋଗର ନିରାକରଣ ଓ ସତର୍କତା ଅବଲମ୍ବନ କରିବା ଏବଂ ଏହି ଗ୍ରାମରେ ସମ୍ପୂର୍ଣ୍ଣ ଟିବି ମୁକ୍ତ କରିବା ନେଇ ଏକ ଅଭିଯାନ ଆରମ୍ଭ କରିବା ନିମିତ୍ତ (ସବ୍ ଜାତୀୟ ପ୍ରମାଣପତ୍ର ସକାଶେ) ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗ୍ରାମର ସରପଞ୍ଚ ଏମ୍. ସୁବୁଦ୍ଧି, ବ୍ଲକ୍ ପ୍ରୋଗ୍ରାମ ମେନେଜର ସିମାଞ୍ଚଳ ପ୍ରଧାନ, ଛତ୍ରପୁର ବ୍ଲକ୍ ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପ୍ରଭାତ କୁମାର ସାହୁ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ମହେନ୍ଦ୍ର ବେହେରା, ଏଏନ୍‌ଏମ୍, ସିଏଚ୍ଓ, ଗ୍ରାମର ଏସ୍‌ଏଚ, ଗୃପ୍ ଓ ପି.ଆର୍.ଆଇ. ସଦସ୍ୟଙ୍କ ଉପସ୍ଥିତରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇ ଗ୍ରାମର ସମସ୍ତ ପରିବାରର ସଦସ୍ୟଙ୍କର ସଂପୂର୍ଣ୍ଣ ଯକ୍ଷ୍ମା ଟେଷ୍ଟ କରିବା ନେଇ ବିଭିନ୍ନ ଲକ୍ଷଣ ଗୁଡ଼ିକ ବିଷୟରେ ଆଲୋକପାତ କରିଥିଲେ । ଏହି ଗ୍ରାମକୁ ସମ୍ପୂର୍ଣ୍ଣ ଟିବି ମୁକ୍ତ କରିବା ନେଇ ସାମୂହିକ ଭାବେ ପ୍ରୟାସ ଓ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.

3 × 1 =

error: Content is protected !!