ସତସଙ୍ଗ ଓ ପ୍ରବଚନ ସମାରୋହ

ବରଗଡ଼, (ନିରୋଜ କୁମାର ପାଣୀ) : ପୌଷ ମାସ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଶ୍ରୀ ସଂତ ଶ୍ରୀନିବାସ ରାମାନୁଜ ଦାସ ଆଚାରୀ ମହାରାଜ ଆଶ୍ରମ ନାଗେନପାଲି ଠାରେ ସତସଙ୍ଗ ଓ ପ୍ରବଚନ ସମାରୋହ ହୋଇ ଯାଇଛି । ଆଶ୍ରମର ମହନ୍ତ ଜାନକୀ ବଲ୍ଲଭ ରାମାନୁଜ ଦାସ ଶ୍ରୀମଦ୍ ଭାଗବତ ପଠନ କରି ପୂଜା ଅର୍ଚ୍ଚନା କରିଥିଲେ । ପ୍ରବଚକ ହେମ ସାଗର ପ୍ରଧାନ ପ୍ରବଚନ ଦେଇ ଥିଲେ । ପ୍ରବଚକ, ମହାରାଜ ମୂଲଜୀ ପ୍ରଧାନ ଓ ଗୋପୀନାଥ ସାହୁ ଯୋଗ ଦେଇ ପ୍ରବଚନ କରିଥିଲେ । ଜନ୍ମରୁ ଅନ୍ଧ ଦେବାଶିଷ ସାହୁ ବାସୁଦେବ ମହାରାଜ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଆଶ୍ରମ ପ୍ରତିମାସ ଚତୁର୍ଦ୍ଦଶୀ ତିଥିରେ ସତସଙ୍ଗ ସମାରୋହ ହୋଇ ଆସୁଛି । ଶତାଧିକ ମହିଳା ଓ ପୁରୁଷ ଭକ୍ତଙ୍କ ଭିଡ ଜମିଥିଲା । ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.