pakka

ଆହୁରି ବଢିବ ତାତି : ୪-୬ ଡିଗ୍ରୀ ବୃଦ୍ଧି ସମ୍ଭାବନା

bbehera

ଭୁବନେଶ୍ୱର : ଆହୁରି ବଢିବ ତାତି । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବାର ସମ୍ଭାବନା ରହିଛି । କାଳବୈଶାଖୀ ପାଇଁ ତାତିରୁ ଦୁଇ ଦିନ ହେଲା ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଆଗକୁ ଆହୁରି ଖରା ଜାଳିବ । ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଉପରେ ଥିଲା । ୨୬ ତାରିଖରେ ଫେରିବ ଗ୍ରୀଷ୍ମ ଲହରି । ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ସମ୍ଭାବନା ରହିଛି । ସମ୍ଭାବ୍ୟ ହିଟୱେଭ୍ ନେଇ ୨୭ ତାରିଖରେ ରାଜ୍ୟର ଅଧା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗତକାଲି ଭୁବନେଶ୍ୱର ପାଲଟିଥିଲା ସବୁଠାରୁ ଉତ୍ତପ୍ତ ।

jay balangir
Leave A Reply

Your email address will not be published.

five × 4 =