ସାଧୁ ସାବଧାନ, ବଢୁଛି ତାଳୁଫଟା ତାତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଗତ କିଛିଦିନ ହେଲା ବଢୁଛି ତାଳୁଫଟା ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୮ଟାରୁ ଆରମ୍ଭ ହୋଇଯାଉଛି ତାଳୁଫଟା ଖରାର ଦୌରାତ୍ମ୍ୟ । ଦିନ ଦ୍ୱିପହର ବେଳା ନିଆଁ ବର୍ଷୁଥିବା ଭଳି ଅନୁଭବ ହେଉଛି । ସାଧୁ ସାବଧାନ । ବିପଦଜନକ ଅଶୁଂଘାତରୁ ରକ୍ଷା ପାଇବା ପାଇଁ ଅନାବଶ୍ୟକ ସ୍ଥଳେ ଖରାରେ ପଦାକୁ ବାହାରନ୍ତୁ ନାହିଁ । ନିହାତି ଆବଶ୍ୟକ ସ୍ଥଳେ ପଦାକୁ ବାହାରିବାକୁ ପଡିଲେ ମୁଣ୍ଡରେ ଗାମୁଛା ଦିଅନ୍ତୁ, ପାଦରେ ଯୋତା ପିନ୍ଧନ୍ତୁ ଏବଂ ସାଥୀରେ ଶୀତଳ ପାନୀୟ ଜଳ ନେବାକୁ ଭୁଲନ୍ତୁ ନାହିଁ ।

Leave A Reply

Your email address will not be published.

1 × 5 =