pakka

ସୁସ୍ଥ ଓ ନିରାମୟ ଜୀବନ ନିର୍ବାହର ନିଆରା କୌଶଳ

bbehera

ସବୁ ମଣିଷ ସୁସ୍ଥ ଓ ନିରାମୟ ଜୀବନ ନିର୍ବାହର କାମନା ରଖନ୍ତି । କିନ୍ତୁ ସମସ୍ତଙ୍କ ଜୀବନରେ ଏହା ଯୁଟେ ନାହିଁ । ଜାଗତିକ ଦ୍ୱନ୍ଦ ତଥା ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ମଣିଷର ସୁସ୍ଥତା ଓ ନିରାମୟତାରେ କ୍ଷତି ପହଂଚିଥାଏ । ଏହା ବି ସତ ଯେ, ସୁସ୍ଥ ଓ ନିରାମୟ ଜୀବନ ନିର୍ବାହ କରିବାର କୌଶଳ ସମସ୍ତଙ୍କ ହାତ ପାହାଂତାରେ ଥାଏ । ଏଥିପ୍ରତି ସଚେତନ ରହି ପାରିଲେ, ଜୀବନ ଜିନ୍ଦାବାଦ୍‌… । ଆସନ୍ତୁ ସୁସ୍ଥ ଓ ନିରାମୟ ଜୀବନ ନିର୍ବାହ ପାଇଁ କିଛି ଟିପ୍ସ ଉପରେ ନଜର ପକାଇବା ।

  • ପ୍ରତ୍ୟହ ଶାରିରୀକ ବ୍ୟାୟାମ ନିହାତି ଆବଶ୍ୟକ ।
  • ସାତ୍ତ୍ୱିକ ଆହାର ସର୍ବଦା ସ୍ୱାସ୍ଥ୍ୟ ପାଇଁ ହିତକାରକ ।
  • ଜୀବନରେ ସ୍ୱଚ୍ଛତା ଅବଲମ୍ବନ କଲେ, ମାନସିକ ବଳ ବଳିଷ୍ଠ ହୁଏ ।
  • ଆଧ୍ୟାତ୍ମିକ ଚିନ୍ତନ ମଣିଷକୁ ଶାନ୍ତି ପ୍ରଦାନ କରେ ।
  • ଅଯଥା ଦ୍ୱନ୍ଦ ଠାରୁ ନିଜକୁ ଦୂରରେ ରଖନ୍ତୁ ।
  • ସବୁବେଳେ ମନେ ରଖିବାକୁ ହେବ ଯେ, ଦିନେ ନା ଦିନେ ଆମକୁ ସଂସାର ଛାଡ଼ିବାକୁ ହେବ ।
  • ଆବଶ୍ୟକତା ଠାରୁ ଅଧିକ ଧନ ସଂଚୟ ପାଇଁ ଅସତ୍‌ ଉପାୟ ଅବଲମ୍ବନ ଜୀବନର ଶୃଙ୍ଖଳାକୁ ନଷ୍ଟ କରେ ।
  • ଜୀବନ ଏକ ଯାତ୍ରା, ଏହାକୁ ଆନନ୍ଦର ସହ ଉପଭୋଗ କରନ୍ତୁ ।
  • ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଗ୍ରହଣ ଦେହ ପାଇଁ ହାନୀକାରକ ।
  • ନିଶାଦ୍ରବ୍ୟ ଠାରୁ ଦୂରରେ ରୁହନ୍ତୁ ।
  • ଅନ୍ୟପାଇଁ ସହଯୋଗର ହାତ ବଢ଼ାଇ ପାରିଲେ, ଅପୂର୍ବ ଶାନ୍ତି ମିଳେ ।
  • ବିନା କାରଣରେ ଅନ୍ୟ କାହାକୁ କଷ୍ଟ ଦେଇ ନିଜର ଲାଭ କଥା ଚିନ୍ତା କରନ୍ତୁ ନାହିଁ ।
  • ଈର୍ଷା, ଅହଂକାର ଠାରୁ ଦୂରରେ ରହି ଅନ୍ୟକୁ ଭଲ ପାଇବା ଦ୍ୱାରା ମାନସିକ ସ୍ଥି୍‌ତି ବଳବତ୍ତର ରହେ ।
Family, Bonding, Indian, Bonding, love, togetherness,
Leave A Reply

Your email address will not be published.

one × 2 =