ସଡକ ଦୁର୍ଘଟଣା, ୧ ଗୁରୁତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଳାଶୁଣି ଛକରେ ସଡକ ଦୁର୍ଘଟଣା ଘଟି ଜଣେ କାର୍‌ ଚାଳକ ଗୁରୁତର ଆହତ ହେବା ସହ କାର୍‌ଟି ଭାଙ୍ଗି ଚୁରମାର ହୋଇଯାଇଥିବା ଖବର ମିଳିଛି । ଚାଳକଙ୍କୁ ଉଦ୍ଧାର କରିବା ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ଠିକ୍‌ କରିବାକୁ ପୁଲିସକୁ ଦେଢ଼ ଘଣ୍ଟା ସମୟ ଲାଗିଥିଲା । ସୂଚନା ମୁତାବକ, ଶୁକ୍ରବାର ଦିନ ସନ୍ଧ୍ୟାରେ ଏକ କାର୍‌ ସହିଦନଗରରୁ ନଖରା ଅଭିମୁଖେ ଯାଉଥିବା ବେଳେ ରସୁଲଗଡ ଫ୍ଲାଏ ଓଭର ପରେ ପଛ ପଟୁ ଏକ ଟ୍ରକ୍‌ କାର୍‌କୁ ଧକ୍କା ଦେଇଥିଲା । ଫଳରେ କାର୍‌ଟି ଆଗରେ ଥିବା ଥିବା ଅନ୍ୟ ଏକ ଟ୍ରକ୍‌ରେ ପିଟି ହୋଇଥିଲା । ଏଥିରେ କାର୍‌ ଚାଳକ ଆହତ ହୋଇଥିଲେ ।

Leave A Reply

Your email address will not be published.

nineteen − eighteen =

error: Content is protected !!