pakka

କୃଷକ ଉତ୍ପାଦକ ସଂଘ ନିର୍ଦ୍ଦେଶକ ମଣ୍ଡଳୀର ସଭ୍ୟସଭ୍ୟାଙ୍କ ତାଲିମ ଶିବିର ଅନୁଷ୍ଠିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୃଷି ଓ କୃଷକର ବିକାଶ ନିମନ୍ତେ କୃଷି ଉତ୍ପାଦକ ସଂଘ ନିର୍ଦ୍ଦେଶକ ମଣ୍ଡଳୀର ସଭ୍ୟସଭ୍ୟାମାନଙ୍କର ତାଲିମ ଶିବିର ଇଂଦିପୁର ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ପଞ୍ଜିକୃତ ଉପରୋକ୍ତ କୃଷକ ଉତ୍ପାଦକ ସଂଘ, ଏସ୍‌ଏଫ୍‌ଏସି ଓ ଲିଭି ଆଣ୍ଡ ଲେଟ ଲିଭି (ଲାଲ)ସହଯୋଗରେ ଓ ଲାଲ ଉପସଭାପତି ମାଧବ ପ୍ରଧାନଙ୍କ ତତ୍ଵାବଧାନରେ ଏହି ତାଲିମ ଶିବିର ସୂଚାରୁ ରୂପେ ପରିଚାଳନା କରିଯାଇଥିଲା । ଏଥିରେ ଦୟା ରାଜୁଆ କୃଷକ ଉତ୍ପାଦକ ସଂଘ କଣାସ, ରତ୍ନଚୀରା କୃଷକ ଉତ୍ପାଦକ ସଂଘ ଡେଲାଙ୍ଗ, ବକୁଳବନ କୃଷକ ଉତ୍ପାଦକ ସଂଘ ସତ୍ୟବାଦୀ ସଂଘର ସମସ୍ତ ନିର୍ଦ୍ଦେଶକ ସମେତ ସଭ୍ୟସଭ୍ୟାମାନେ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ଲାଲର ସମ୍ପାଦକ କ୍ଷେତ୍ର ମୋହନ ବେହେରା, ପୂର୍ବତନ ଜିଲ୍ଲା କୃଷି ବିଭାଗର ନିର୍ଦ୍ଦେଶକ ସତ୍ୟ ନାରାୟଣ ମିଶ୍ର, ପୂର୍ବତନ କୃଷି ବିଶେଷଜ୍ଞ ସୁକାନ୍ତ ଜେନା, ମାର୍କେଟିଙ୍ଗ ଉପଦେଷ୍ଟା ପ୍ରକାଶ ମିଶ୍ର ପ୍ରମୁଖ ଯୋଗଦେଇ କୃଷି ଓ କୃଷକମାନଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧନ ଉପରେ ମାର୍ଗ ଦର୍ଶନ କରିଥିଲେ । ଭାରତବର୍ଷରେ ୭୦ରୁ ୮୦ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ସେମାନଙ୍କୁ ଛୋଟ ଛୋଟ ସଙ୍ଗଠନ ଗଠନ କରାଯାଇ ସେମାନଙ୍କର ନିଜସ୍ଵ ଅନୁଭୂତି ଓ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଏବଂ ଉତ୍ପାଦିତ ଦ୍ରବ୍ୟର ସରଳ ବଜାର ବ୍ୟବସ୍ଥା କରିପାରିଲେ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏଥିରେ ୩୦ ଜଣ ଶିବିରାର୍ଥୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

ten − 7 =